ମନାକରୁଥିଲେ ଲୋକେ, ଜିଦ୍‌ ଦେଖାଇ ରାସ୍ତା ପାର୍ ହେଉଥିଲେ: ପାଣି ସୂଅରେ ଭାସିଗଲେ ନିଶାରେ ଚୂର ବ୍ୟକ୍ତି, ଆଉ ତା ପରେ...

Published By : Prameya-News7 Bureau | July 24, 2021 IST

ରାଏସେନ୍ ୨୪/୭: ରାଏସେନରୁ ଜଣେ ନିଶାରେ ଚୂର୍ ବ୍ୟକ୍ତି ଭାସି ଯାଉଥିବା ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେଠାରେ ଉପସ୍ଥିତ ଥିବା ଲୋକେ ଯେତେ ମନାକଲେ ବି ନମାନିବାରୁ ଏପରି ଫଳ ହୋଇଛି । ସୂଚନା ଥାଉକି, ପ୍ରବଳ ବର୍ଷା ରାଏସେନରେ ଜିଲ୍ଲାରେ ଥିବା ବେଗମଗଞ୍ଜ ବିନା ନଦୀ ପୋଲ ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଥିଲା । ଫଳରେ ପାଣିର ସ୍ରୋତ ଏମିତି ଥିଲା ଯେ, ଯାତାୟତ ବାଧାପ୍ରାପ୍ତ ହୋଇପଡିଥିଲା ।

wp:html /wp:html

ଏପରିକି ରାସ୍ତାର ୨ ପାର୍ଶ୍ୱରେ ଗାଡି ଛିଡା ହୋଇରହିଥିଲା । ତେବେ ଏତିକି ବେଳେ ଜଣେ ବ୍ୟକ୍ତି ରାସ୍ତା ପାର ହେବାକୁ ଏକା ଜିଦ୍ କରିଥିଲେ । ବ୍ୟକ୍ତି ଜଣଙ୍କ ନିଶା ସକ୍ତ ଥାଇ ବି ଏକା ଜିଦ୍ କରି ଅକାତ ପାଣିରେ ରାସ୍ତା ପାର୍ ହେଉଥିଲେ। କିନ୍ତୁ ପାଣିର ସୂଅ ଏତେ ଜୋରରେ ପ୍ରବାହିତ ହେଉଥିଲା ଯ, ନିଶାଡି ଜଣଙ୍କ ପାଣିରେ ଭାସି ପଳାଇଥିଲେ ।

ତେବେ କୁହାଯାଏ ଯେ, ରଖେ ହରି ଯଦି ମାରେ କିଏ । ବାସ୍ ସେୟା ହିଁ ହୋଇଥିଲା ଏଠାରେ । ନିଶା ସକ୍ତ ବ୍ୟକ୍ତି ଜଣଙ୍କ ଭାସି ଭାସି ଯାଇ କୂଳରେ ଲାଗିଯାଇଥିଲେ । ଆଉ ବଞ୍ଚିଯାଇଥିଲା ତାଙ୍କ ପ୍ରାଣ । ତେବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.