ଚଳନ୍ତା ବସରେ ମହିଳାଙ୍କୁ ଦୁର୍ବବ୍ୟବହାର : କଣ୍ଡକ୍ଟର ଗିରଫ

Published By : Prameya-News7 Bureau | October 12, 2019 IST

ଗୁରୁଗ୍ରାମ ୧୨/୧୦: ହରିୟାଣାର ସାଇବର ସିଟି ଗୁରୁଗ୍ରାମରେ ଚଳନ୍ତା ବସରେ ଜଣେ କଣ୍ଡକ୍ଟର ମହିଳାଙ୍କ ସହ ଦୁର୍ବବ୍ୟବହାର କରିବାର ମାମଲା ସାମନାକୁ ଆସିଛି। ଏହି ମହିଳା ଜଣକ ନିଜର ଦୁଇ ଭଉଣୀଙ୍କ ସହ ଗୁରୁଗ୍ରାମର ବସଷ୍ଟାଣ୍ଡରେ ସିଟି ବସ୍ ଯୋଗେ ସିକନ୍ଦରପୁର ଯାଉଥିଲେ। ମହିଳା ଅଭିଯୋଗ କରିଛନ୍ତି ଯେ ଯାତ୍ରା ସମୟରେ ନିଶାସକ୍ତ ବସ୍ କଣ୍ଡକ୍ଟର ସଞ୍ଜୟ ତାଙ୍କ ସହ ଦୁର୍ବବ୍ୟବହାର କରିଥିଲେ।

ପୀଡ଼ିତା ମହିଳା କହିଥିଲେ ଯେ ସେ ଆଉ ଅନ୍ୟ ଯାତ୍ରୀମାନେ ଏହାର ବିରୋଧ କରିବାରୁ ଅଭିଯୁକ୍ତ କଣ୍ଡକ୍ଟର ସଞ୍ଜୟ ସବୁ ଯାତ୍ରୀଙ୍କ ସାମନାରେ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ମହିଳା ତୁରନ୍ତ ସାହସ ଦେଖାଇ ତୁରନ୍ତ ମହିଳା ହେଲ୍ପଲାଇନ୍ ୧୦୯୧ ରେ କଲ୍ କରି ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସିକନ୍ଦରପୁର ଅଞ୍ଚଳରୁ ଅଭିଯୁକ୍ତ କଣ୍ଡକ୍ଟରକୁ ଗିରଫ କରିଛି ଏବଂ ମହିଳାଙ୍କୁ ତାଙ୍କ ଘରେ ସୁରକ୍ଷିତ ଭାବେ ପହଞ୍ଚାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.