Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଅଟୋକୁ ଧକ୍କାଦେଲା ଦୃତଗାମୀ କାର, ଚାଲିଗଲା ଚାଳକଙ୍କ ଜୀବନ : ସିସିଟିଭିରେ କଏଦ ଭୟଙ୍କର ଦୁର୍ଘଟଣାର ଦୃଶ୍ୟ

29/06/2021 at 3:33 PM

ହାଇଦ୍ରାବାଦ ୨୯/୦୬ : ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ହୃଦୟଥରା ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ଦୃତ ଗତିରେ ଆସୁଥିବା ଏକ ଅଡି କାର ଅଟୋକୁ ଧକ୍କା ଦେଇ ଫେରାର ହୋଇଯାଉଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋ​‌ଟି ରାସ୍ତା ଉପରେ ବୁଲି ବୁଲି କଡରେ ଥିବ ବ୍ୟାରିକେଡ୍‌ରେ ପିଟି ହୋଇଯାଇଥିଲା । ଦୁର୍ଘଟଣାରେ ଅଟୋ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଅଡି କାରଟିକୁ ମଧ୍ୟ ଜବତ କରିଛି । ପୋଲିସ କହିବା ମୁତାବକ ଜୁନ ୨୭ ତାରିଖ ଭୋର ୫ଟା ୩୦ ସମୟରେ ସୁଜୀତ ଏବଂ ତାର ବନ୍ଧୁ ଆଶୀଷ ଏକ ପାର୍ଟିରୁ ଫେରୁଥିଲେ । ଉଭୟ ପ୍ରଚୁର ମଦ୍ୟପାନ କରିଥିଲେ ଏବଂ କାରକୁ ଦୃତ ଗତିରେ ଚଳାଉଥିଲେ । ନିଶାରେ ଚୁରଥିବା ସୁଜୀତ ଗାଡି ଚଳାଉଥିଲା ଏବଂ ଗାଡିଟି ଦୃତଗତିରେ ଯାଉଥିବାରୁ ଭାରସାମ୍ୟ ହରାଇ ସାମ୍ନାରେ ଯାଉଥିବା ଏକ ଅଟୋକୁ ଜୋରରେ ଧକ୍କା ଦେଇଥିଲା । ଇନଓର୍ବିଟ୍ ମଲ୍‌ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି ।

ପୋଲିସ କହିବା ମୁତାବକ, ଦୁର୍ଘଟଣା ପରେ ସୁଜୀତ ଏବଂ ଆଶୀଷ ସେଠାରୁ ଫେରାର ହୋଇଯାଇଥିଲେ । ତେବେ ସେଠାରୁ ଫେରାର ହେବାର କିଛି ସମୟ ପରେ ରାସ୍ତାରେ ସେମାନଙ୍କ ଗାଡି ଚକା ଲିକ୍‌ ହୋଇଯାଇଥିଲା । ସେଠାରୁ  ସେମାନେ ଗାଡିର ନମ୍ବର ପ୍ଲେଟ୍ ଖୋଲି ଫେରାର ହେବାକୁ ଚେଷ୍ଟା କରିଥିଲେ । ନିକଟରେ ଥିବା କିଛି ସିକ୍ୟୁରିଟି ଗାର୍ଡ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଭିନ୍ନ ଧମକ ଦେଇ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ ।

ପରଦିନ ରଘୁନନ୍ଦନ ରେଡ୍ଡୀ ନାମକ ଜଣେ ବ୍ୟକ୍ତି ତାଙ୍କ ଡ୍ରାଇଭର ସହ ଅଡି କାରଟିକୁ ନେଇ ଥାନାରେ ପହଞ୍ଚିଥିଲେ । କିନ୍ତୁ ପୋଲିସ ସିସିଟିଭି ଯାଞ୍ଚ କରିବା ପ​‌ରେ ଘଟଣା ବାବଦରେ ଜାଣିବାକୁ ପାଇଥିଲା ଏବଂ ସେମାନଙ୍କ ମିଛ ଧରାପଡିଥିଲା । ଏହାପରେ ପୋଲିସ ରଘୁନନ୍ଦନ ରେଡ୍ଡୀ ଏବଂ ତାଙ୍କ ପୁଅ ସୁଜୀତ ଏବଂ ତାର ବନ୍ଧୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅଟୋ ଚାଳକ ଉମେଶ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପୋଲିସ ୩ ଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

   Related Posts