Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ବିଜେପି ନେତା ମଦ ପିଇ ନାଚିଲେ, ଭିଡିଓ ହେଲା ଭାଇରାଲ, କହିଲେ ମୋର ପାଖରେ ପରମିଟ୍‌ ଅଛି

4/02/2020 at 3:00 PM

ଗୁଜୁରାଟ୪/୨: ଗୁଜୁରାଟରେ ମଦ ବ୍ୟାନ୍‌। ହେଲେ ମଦପିଇ ଡ୍ୟାନ୍ସ କରୁଛନ୍ତି ବିଜେପି ନେତା। କେବଳ ବିଜେପି ନେତା ନୁହେଁ ଅଧିକାଂଶ ସମୟରେ ମଦକୁ ନେଇ ଗୁଜୁରାଟରେ ବିଭିନ୍ନ ଘଟଣା ସମ୍ନାକୁ ଆସିଥାଏ। ନିକଟରେ ବିଜେପି ନେତା ତଥା କାଉନ୍‌ସିଲର ପୀୟୁଷ ଶିବଶକ୍ତିଓ୍ବାଲାଙ୍କ ମଦ ପିଆ ନାଚ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୁଜୁରାଟର ସୁରତ ନଗର ନିଗମର ସଂଗ୍ରାମ ନଗରପାଳିକା ଓ୍ବାର୍ଡର କାଉନ୍‌ସିଲର ମଦ ପିଇ ନାଚିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କାଉନ୍‌ସିଲର ପୀୟୁଷ ଓ ତାଙ୍କ ସାଙ୍ଗମାନେ ମିଶି ଏକ ଫାର୍ମହାଉସ୍‌ରେ ମଦ ପାର୍ଟି ଆୟୋଜନ କରିଥିଲେ।

ତେବେ ଭିଡିଓ ଭାଇରାଲ ହେବା ପରେ ପ୍ରକୃତ ଘଟଣାର ଯାଞ୍ଚ ହୋଇଥିଲା। ଗୁଜୁରାଟରେ କେନାରଗୋଲା ଗାଁର ଏକ ଫାର୍ମ ହାଉସ୍‌ରେ ଜାନୁଆରୀ ୨ରୁ ୫ ତାରିଖରେ ମଧ୍ୟରେ ମଦ ପାର୍ଟି ଆୟୋଜନ ହୋଇଥିଲା। ଏହି ସମୟରେ ବିଜେପି କାଉନ୍‌ସିଲର ଓ ତାଙ୍କ ସାଙ୍ଗମାନେ ମିଶି ମଦ ପିଇ ନାଚିଥିଲେ।

ଏହି ସମୟରେ କାଉନ୍‌ସିଲର କହିଥିଲେ ଯେ ସେ ମଦ ପିଇବା ଲାଗି ତାଙ୍କ ପାଖରେ ମେଡିକାଲ ପରମିଟ୍‌ ଅଛି। ସେଥିପାଇଁ ମାସକୁ ତାଙ୍କୁ ୪ ବୋତଲ ମଦ ମିଳୁଛି।

   Related Posts