ମାତାଲ ପୋଲିସ ବାବୁ ! ବାଇକ୍‌ ଚଳାଇବା ବେଳେ ଥିଲେ ନିଶାରେ ଚୁର୍, ଦେଲେ ଧକ୍କା

Published By : Prameya-News7 Bureau | March 11, 2020 IST

କେନ୍ଦ୍ରାପଡା ୧୧।୩: ମଦ୍ୟପ ପୋଲିସ ବାବୁଙ୍କ ତାଣ୍ଡବ ଲୀଳା । ହେଲମେଟ୍ ନପିନ୍ଧି ବାଇକ୍ ଚଳାଇଲେ ଜରିମାନା ଆଦାୟ କରିବା ପାଇଁ ପୋଲିସ ଅଛନ୍ତି । ମଦ୍ୟପାନ କରି କେହି ଗାଡି ଚଳାଇଲେ ହେଭି ଫାଇନ୍ ଭରିବାକୁ ପଡୁଛି । କିନ୍ତୁ ଯଦି ପୋଲିସ ବାବୁ ମାତାଲ ହୋଇ ବାଇକ୍ ଚଳାଇବେ ତାଙ୍କୁ ଧରିବ କିଏ ? ଏଭଳି ପ୍ରଶ୍ନ ଏବେ ପଚାରିଛନ୍ତି କେନ୍ଦ୍ରାପଡ଼ାବାସୀ । ତେବେ ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

{"id":236393,"sizeSlug":"large"}

କେନ୍ଦ୍ରାପଡ଼ା ତିନିମୁହାଣୀ ଛକରେ ଚାଲିଥିଲା ଜଣେ ମଦ୍ୟପ ପୋଲିସ ବାବୁଙ୍କ ତାଣ୍ଡବ ଲୀଳା । ବାବୁ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡ଼ା ସଦର ଥାନାର କନେଷ୍ଟବଳ । ମଦ୍ୟପାନ କରି ନିଜ ବାଇକରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜଣେ ଲୋକଙ୍କୁ ପିଟିଦେଲେ l ସ୍ଥାନୀୟ ଲୋକେ ଘେରି ଯିବାପରେ ବାବୁଙ୍କର ଟଳମଳ ଅବସ୍ଥା । ତେବେ କଥା ଏଇଠି ସରି ଯାଇନି । ମଦ୍ୟପ ପୋଲିସ ବାବୁଙ୍କୁ ଲୋକ ଘେରି ଯିବା ପରେ, ସେ ସାହାଯ୍ୟ ମାଗିବା ପାଇଁ ଯେଉଁ ଯେଉଁ PCR ଭ୍ୟାନକୁ ଡାକିଲେ ସେମାନେ ବି ମଦ୍ୟପାନ କରି ଆସିଥିବା ଅଭିଯୋଗ ହୋଇଛି ।

{"id":236394,"sizeSlug":"large"}

କେନ୍ଦ୍ରାପଡ଼ା ପୋଲିସର ଏହି ଅବସ୍ଥା ଦେଖି ଲୋକେ ତାଜୁବ । ତେବେ ସାଧାରଣ ଲୋକଙ୍କୁ ରାସ୍ତାରେ ଅଟକାଇ ଟ୍ରାଫିକ ରୁଲ୍ ଶିଖାଉଥିବା ପୋଲିସର ଏ ରୂପ ନିନ୍ଦନୀୟ । ଏ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.