Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଚେକିଂ ବେଳେ ଅଘଟଣ : ହାବିଲଦାରଙ୍କ ମୁଣ୍ଡରେ ଅଟୋ ଚଢାଇଦେଲେ ମଦ୍ୟପ ଚାଳକ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି

10/07/2021 at 12:26 PM

ଭୁବନେଶ୍ବର ୧୦।୭: ଚେକିଂ ବେଳେ ଅଘଟଣ । ହାବିଲଦାରଙ୍କ ମୁଣ୍ଡ ଉପରେ ଅଟୋ ଚଢାଇ ଦେଲେ ମଦ୍ୟପ ଅଟୋ ଚାଳକ । ଭୁବନେଶ୍ବର କଳ୍ପନା ଛକରେ ଚେକିଂ ବେଳେ ଘଟିଛି ଏଭଳି ଅଭାବନୀୟ ଘଟଣା । ହାବିଲଦାରଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଧିକ ଗୁରୁତର ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଆଜି ସପ୍ତାହନ୍ତ ସଟଡାଉନ୍ ଥିବାରୁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚେକିଂ ଜାରି ରହିଛି । ଭୁବନେଶ୍ବର କଳ୍ପନା ଛକରେ ଚେକିଂ ଚାଲିଥିବା ବେଳେ ଘଟିଛି ଅଘଟଣ । ସକାଳ ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋକୁ ଅଟକାଇବା ବେଳେ ହାବିଲଦାର ତଳେ ପଡିଯାଇଥିଲେ । ତେବେ ମଦ୍ୟପ ଅଟୋ ଚାଳକ ଜଣଙ୍କ ହାବିଲଦାରଙ୍କ ମୁଣ୍ଡରେ ଅଟୋ ଚଢାଇ ଦେଇଥିଲେ ।

ଗୁରୁତର ହାବିଲଦାର ଜଣଙ୍କ ହେଲେ ମେଜର ସରୋଜ କୁମାର ପ୍ରଧାନ । ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅଟୋ ଚାଳକ ମଧ୍ୟ ଆହତ ହୋଇଥିବା ଜଣାପଡିଛି ।

   Related Posts