Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ପ୍ରସୂତୀଙ୍କୁ ରାସ୍ତାରେ ଛାଡି ପଳାଇଲା ମଦ୍ୟପ ଆମ୍ବୁଲାନ୍ସ ଡ୍ରାଇଭର

7/09/2019 at 1:10 PM

ବାଂଶପାଳ ୭।୯: କେନ୍ଦୁଝରରେ ଆମ୍ବୁଲାନ୍ସରେ ଯାଉଥିବା ପ୍ରସୂତୀଙ୍କୁ ଅଧା ରାସ୍ତାରେ ଛାଡି ପଳାଇଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର । ଫଳରେ ମହିଳାଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ପ୍ରସୂତୀଙ୍କୁ ମେଡିକାଲ ପଠାଯାଇଛି ।  

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ରାକମ ଗ୍ରାମର ବିରଶୀ ମୁଣ୍ଡାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ଗତକାଲି  ସଂଧ୍ୟାରେ ବାଂଶପାଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରୁ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟକୁ ୧୦୮ ଆମୁଲାନ୍ସରେ ନେଉଥିଲେ ପରିବାରଲୋକ । ଆମୁଲାନ୍ସ ଡ୍ରାଇଭର ମଦ ନିଶାରେ ବେପାରୁଆ ଗାଡି ଚଳାଉଥିଲେ । ଫଳରେ ସାଙ୍ଗରେ ଯାଉଥିବା ଆଶା ଦିଦି ଏବଂ ମହିଳାଙ୍କ ସ୍ବାମୀ ଗୁରା ମୁଣ୍ଡା ଭୟଭୀତ ହୋଇ ବାଂଶପାଳ ମେଡିକାଲକୁ ଫେରିଯିବା ପାଇଁ ଡ୍ରାଇଭରଙ୍କୁ କହିଥିଲେ । ମାତ୍ର ମଦ୍ୟପ ଡ୍ରାଇଭର ସେମାନଙ୍କ କଥା କିଛି ନ ଶୁଣି ଅଧା ବାଟରେ ଗାଡିକୁ ଛାଡି ଚାଲି ଯାଇଥିଲେ । ପରେ ବାଂଶପାଳ ମେଡିକାଲ କର୍ତ୍ତୃପକ୍ଷ ଅନ୍ୟ ଏକ ୧୦୮ ଆମ୍ବୁଲାନ୍ସକୁ ଡାକି କେନ୍ଦୁଝର ମେଡିକାଲକୁ ସଂପୃକ୍ତ ପ୍ରସୂତୀଙ୍କୁ ପଠାଇଥିଲେ ।

ତେବେ ମଦ୍ୟପାନ କରି ଆମ୍ବୁଲାନ୍ସ ଡ୍ରାଇଭର ମାନେ ଗାଡି ଚାଳନା କରୁଥିବାରୁ ଗୁରୁତର ଗର୍ଭବତୀ ମହିଳା ରୋଗୀଙ୍କୁ ନେଇ ମେଡିକାଲ ଯିବାକୁ ଭୟ କରୁଛନ୍ତି ପରିବାରଲୋକ । କେବେ ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଦେଖିବାକୁ ବାକି ରହିଲା ।

   Related Posts