ନିଶାରେ ମାତାଲ ହୋଇଯାଇଥିଲେ ଏହି ଏୟାର ହୋଷ୍ଟେସ୍ : ବିମାନ ଭିତରେ କରିଥିଲେ ଏହି ଖରାପ କାମ
13/08/2019 at 4:41 PM

ଓ୍ବାଶିଙ୍ଗଟନ୍ ୧୩/୮: ବିମାନଯାତ୍ରା କରୁଥିବା ଲୋକେ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ ଯେ ଏୟାର ହୋଷ୍ଟେସ୍ ଜଣକ ନିଶାରେ ଚୁର ଅଛନ୍ତି। ଏୟାର ହୋଷ୍ଟେସ୍ ଜଣକ କିଛି ଜାଣିପାରୁନଥିଲେ ଯେ ବିମାନରେ କ’ଣ ହେଉଛି। ଯାତ୍ରୀମାନେ ଏୟାରଲାଇନ ଅଧିକାରୀଙ୍କୁ ଏନେଇ ଅଭିଯୋଗ କରିଥିଲେ। ଏହାପରେ ଏୟାର ହୋଷ୍ଟେସଙ୍କୁ ଗିରଫ କରାଯାଇଥିଲା।
ଏହି ଘଟଣାଟି ଘଟିଛି ଆମେରିକାର ୟୁନାଇଟେଡ ଏକ୍ସପ୍ରେସ୍ ବିମାନରେ। ବିମାନ ଉଡ଼ିବା ପୂର୍ବରୁ ଏୟାର ହୋଷ୍ଟେସ୍ ପୂରାପୂରି ନିଶାରେ ମାତାଲ ହୋଇଯାଇଥିଲେ। ସେ ଯାତ୍ରୀଙ୍କ ସହ କଥା ହେବା ତ ଦୂରର କଥା ଠିକ୍ ଭାବେ ଛିଡ଼ା ବି ହୋଇପାରୁନଥିଲେ। ଏୟାରହୋଷ୍ଟେସଙ୍କ ଅବସ୍ଥା ଏତେ ବିଗିଡ଼ିଯାଇଥିଲା ଯେ ଯାତ୍ରୀମାନେ ତାଙ୍କୁ ସାହାଯ୍ୟ କରିଥିଲେ।
କୁହାଯାଉଛି ଯେ ଏହି ଏୟାର ହୋଷ୍ଟେସ୍ ଆମେରିକାରେ ଓ୍ବିସକନସିନରେ ରୁହନ୍ତି। ସେ ଅତ୍ୟଧିକ ମଦ ପିଇଥିଲେ। ସେ ଚିକାଗୋରୁ ଇଣ୍ଡିୟାନା ଯାଉଥିବା ସକାଳ ବିମାନରେ ସର୍ଭିସ୍ ଯୋଗାଉଥିଲେ। ଯାତ୍ରୀମାନେ ଅଧିକାରୀଙ୍କୁ ଏନେଇ ଅଭିଯୋଗ କରିଥିଲେ।