ଜାମ୍ମୁ କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ ପରେ ଏହି ଦେଶମାନେ ପାକିସ୍ତାନକୁ ଦେଲେ ସହାୟତାର ଭରସା

Published By : Prameya-News7 Bureau | August 07, 2019 IST

ନୂଆଦିଲ୍ଲୀ ୭/୮: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଭାରତୀୟ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରାଯିବା ନିଷ୍ପତ୍ତିକୁ ସୋମବାର ଅବୈଧ ବୋଲି କହିଥିଲେ ଏବଂ ପରମାଣୁ ଶକ୍ତିସମ୍ପନ୍ନ ଦୁଇ ଦେଶର ସମ୍ପର୍କକୁ ଅଧିକ ଖରାପ କରିବ ବୋଲି କହିଥିଲେ।

ସୋମବାର ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା ଏକ ବୟାନ ଅନୁସାରେ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ କାଶ୍ମୀର ଅବସ୍ଥା ସମ୍ପର୍କରେ ମାଲେସିଆର ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦଙ୍କ ସହ କଥାବାର୍ତ୍ତା କରିଥିଲେ। ଇମରାନ ଖାନ୍ କହିଥିଲେ ଯେ କାଶ୍ମୀରର ମାନ୍ୟତା ପରିବର୍ତ୍ତନ କରାଯିବାର ପଦକ୍ଷେପ ଅବୈଧ ଏବଂ ଏହା ଜାତିସଙ୍ଘ ନିୟମର ଉଲ୍ଲଙ୍ଘନ । ସୂଚନା ଅନୁଯାୟୀ ଇମରାନ ମାଲେସିଆର ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ,‘‘ ଭାରତର ଏହି ପଦକ୍ଷେପ ପରମାଣୁ ଶକ୍ତିସମ୍ପନ୍ନ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ବିଗାଡ଼ିବ। ମହାତିର କହିଥିଲେ ଯେ ମାଲେସିଆ କାଶ୍ମୀରର ସ୍ଥିତିକୁ ଅତ୍ୟନ୍ତ ନିକଟରୁ ନଜର ରଖିଛି ଏବଂ ସେ ପାକିସ୍ତାନ ସହ ଯୋଗାଯୋଗ ରଖିବେ। ସେ ମଧ୍ୟ କହିଛନ୍ତି ଯେ ଆସନ୍ତା ମାସରେ ମିଳିତ ଜାତିସଙ୍ଘ ମହାସଭା ଏବଂ ନ୍ୟୁୟର୍କରେ ଇମରାନଙ୍କ ସହ ଏକ ବୈଠକକୁ ନେଇ ସେ ଆଶାବାଦୀ ଅଛନ୍ତି।

ଇମରାନ୍ କାଶ୍ମୀର ସହ ଜଡ଼ିତ ମାମଲା ଉପରେ ବିଶ୍ବର ନେତାଙ୍କ ସହିତ କଥାବାର୍ତ୍ତା କରିବାକୁ ଉଦ୍ୟମ କରିଥିବାବେଳେ ତୁର୍କୀର ରାଷ୍ଟ୍ରପତି ଏରଦୋଗନଙ୍କ ସହ ମଧ୍ୟ ଇମ୍ରାନ କଥା ହୋଇଥିଲେ। ଇମରାନ ତୁର୍କୀର ନେତାଙ୍କୁ କହିଥିଲେ ଯେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଶାନ୍ତି ଏବଂ ସୁରକ୍ଷା ପ୍ରତି ଗମ୍ଭୀର ପ୍ରଭାବ ପଡ଼ିବ। ରାଷ୍ଟପତି ଏରଦୋଗନ୍ କାଶ୍ମୀରର ଘଟଣାକ୍ରମ ଉପରେ ନଜର ରଖିଥିବା କହିଛନ୍ଚି । ଏହି ପ୍ରସଙ୍ଗରେ ପାକିସ୍ତାନକୁ ତୁର୍କୀ ଶୀଘ୍ର ସମର୍ଥନ ଦେବ ବୋଲି ଭରସା ଦେଇଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.