ଏ ପାଟି ଚୁପ୍… ମୁଁ ଏମ୍‌ବିଏ ଷ୍ଟୁଡେଣ୍ଟ…ଏଜି ଛକରେ ମାତାଲ ଯୁବତୀଙ୍କ କାର୍‌ନାମା ଦେଖି ହଡବଡେଇଲା ପୋଲିସ, ଚମ୍ପଟ ମାରିଲା ବୟଫ୍ରେଣ୍ଡ

Published By : Prameya-News7 Bureau | April 07, 2021 IST

ଭୁବନେଶ୍ୱର  ୦୭।୦୪ : ପାଠୁଆ ଝିଅଙ୍କ ଅପାଠୁଆ ଆଚରଣ । ପାଠ ପଢିଛନ୍ତି ଏମ୍‌ବିଏ, କିନ୍ତୁ ରାସ୍ତାରେ ମଦ ପିଇ କରୁଛନ୍ତି ଉତ୍ପାତ । ଭୁଲ୍‌ ପରେ ବି ମୁହଁଟାଣ । ମଦପିଇ ରଙ୍ଗରୁଟରେ ଦ୍ରୁତ ଗତିରେ ଗାଡି ଚଳାଉଥିଲେ , ପୋଲିସ ଅଟକ ରଖି ପଚାରିବାକୁ ମନଇଚ୍ଛା ଗାଳି । ଯାହାକି ସାଧାରଣତଃ କାନରେ ଶୁଣିବା କଷ୍ଟକର । ଭୁବନେଶ୍ୱର ଏଜି ଛକ ନିକଟରେ ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ ।

ଖବର ଅନୁଯାୟୀ, ଭୁବନେଶ୍ୱର ଏଜି ଛକ ନିକଟରେ ରଙ୍ଗରୁଟରେ ଏକ ନାଲି ରଙ୍ଗର କାର୍‌ ଦ୍ରୁତ ଗତିରେ ଆସୁଥିଲେ । ରାତିରେ ପାଟ୍ରୋଲିଂ କରୁଥିବା ପୋଲିସ ଉକ୍ତ ଗାଡିଟିକୁ କ୍ୟାପିଟାଲ ହସ୍ପିଟାଲ ଛକ ନିକଟରେ ଅଟକାଇଥିଲା । କାର୍‌ରୁ ଯୁବତୀ ଜଣଙ୍କ ଓହ୍ଲାଇ ପୋଲିସକୁ ମନଇଚ୍ଛା ଗାଳି କରିଥିଲେ । ପୋଲିସ ଯେତେ ଅଟକାଇଥିଲେ ମଧ୍ୟ ଯୁବତୀ ଜଣଙ୍କୁ ଶୁଣିବା ହୋସ୍‌ରେ ନଥିଲେ । ମୁହଁରୁ ମଦ ପିଇ ଥିବାର ଗନ୍ଧ ବାହାରୁଥିଲେ । ନିଜ ପାଦ ବି ଠିକ୍‌ ଭାବେ ତଳେ ପକାଇପାରୁନଥିଲେ ।  ଯୁବତୀ ଜଣଙ୍କ ଜଣେ ଏମବିଏ ଛାତ୍ରୀ ଶୁଣିଲା ପରେ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ପୋଲିସକୁ ଦେଖି ଉକ୍ତ ଯୁବତୀଙ୍କ ସାଙ୍ଗରେ ଥିବା ପୁରୁଷ ବନ୍ଧୁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।  ପୋଲିସ ଯୁବତୀଙ୍କ ଏପରି ଆଚରଣ ଦେଖି କଣ ପଦକ୍ଷେପ ନେବ ବୋଲି ଭାବି ପାରୁବିନଥିଲା ।

ଶେଷରେ ପୋଲିସ ଉକ୍ତ ଯୁବତୀଙ୍କ ପରିବାର ଲୋକଙ୍କୁ ଫୋନ୍‌ କରି ଡକାଇଥିଲା ଏବଂ କାର୍‌କୁ ଜବତ କରିଥିଲା । ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ନିଜ ଝିଅର କଳାକିର୍ତ୍ତୀ ସଂପର୍କରେ ଜାଣିବା ପରେ ଘରକୁ ନେଇଥିଲେ । ଯୁବତୀ ଜଣଙ୍କ ପରେ ଥାନାକୁ ଆସି ଆସି ନିଜର ଭୁଲ୍ ସ୍ବୀକାର କରିଥିଲେ। ଆଗକୁ ଏପରି ଭୁଲ୍ ଆଉ କରିବେନି ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ । ପୋଲିସ  ଉକ୍ତ ଯୁବତୀଙ୍କ ଠାରୁ ଫାଇନ୍‌ ମଧ୍ୟ ଆଦାୟ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.