ଏକ ହାଜର କୋଟି ଟଙ୍କାର ୧୯୧ କିଲୋ ଡ୍ରଗ୍ସ ଜବତ : ଆଫଗାନିସ୍ଥାନରୁ ପାକିସ୍ତାନ ହୋଇ ସମୁଦ୍ର ମାର୍ଗରେ ମୁମ୍ବାଇ ଆସିଥିଲା କଣ୍ଟେନର

Published By : Prameya-News7 Bureau | August 10, 2020 IST

ମୁମ୍ବାଇ ୧୦/୦୮ : ମୁମ୍ବାଇରେ ୧୯୧ କିଲୋ ଡ୍ରଗ୍ସ ଧରାପଡିଛି | ଅନ୍ତରାଷ୍ଟ୍ରୀୟ ବଜାରରେ ଏହାର ମୂଲ୍ୟ ଏକ ହଜାର କୋଟି ଟଙ୍କା | ଅଧିକାରୀଙ୍କ ସୂଚନା ଅନୁଯାୟୀ ନବୀ ମୁମ୍ବାଇ ସ୍ଥିତ ନବା ସେବା ବନ୍ଦରରେ ଏହି ଡ୍ରଗ୍ସ ଧରାପଡିଛି | ଏହା ଆଫଗାନିସ୍ଥାନରୁ ପାକିସ୍ତାନ ହୋଇ ସମୁଦ୍ର ମାର୍ଗରେ ମୁମ୍ବାଇ ବନ୍ଦରରେ ପହଞ୍ଚିଥିଲା | ଡାଇରେକ୍ଟୋରେଟ ଅଫ ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI) ଏବଂ କଷ୍ଟମ ବିଭାଗ ମିଳିତ ଭାବେ ଏହି ଡ୍ରଗ୍ସ ଜବତ କରିଛନ୍ତି | ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି |

wp:core-embed/twitter {"url":"https://twitter.com/ANI/status/1292674179595001856","type":"rich","providerNameSlug":"twitter","className":""}
https://twitter.com/ANI/status/1292674179595001856
/wp:core-embed/twitter

ମିଡ଼ିଆ ରିପୋର୍ଟ ଅନୁଯାୟୀ, ତସ୍କର ଡ୍ରଗ୍ସକୁ ପ୍ଲାଷ୍ଟିକ ପାଇପରେ ଲୁଚେଇ ରଖିଥିଲେ | ଏହି ପାଇପକୁ ଏହିଭଳି ପେଣ୍ଟ କରାଯାଇଥିଲା ଯେ ତାହା ବାଉଁଶ ଭଳି ଦେଖିଯାଉଥିଲା | ତସ୍କରୀମାନେ ଏହାକୁ ଆୟୁର୍ବେଦିକ ଔଷଧ ବୋଲି କହିଥିଲେ | ମାମଲାରେ ଡ୍ରଗ୍ସ ଆମଦାନୀ ପାଇଁ ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଥିବା କଷ୍ଟମ ହାଉସର ଦୁଇଜଣ ଏଜେଣ୍ଟଙ୍କୁ ଗିରଫ କରାଯାଇଛି | ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁଯାୟୀ, ଦିଲ୍ଲୀର ଏକ ଫାଇନାନ୍ସରକୁ ମଧ୍ୟ ଗିରଫ କରାଯାଇଛି | ଫାଇନାନ୍ସରକୁ ମୁମ୍ବାଇ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି |

{"id":312417,"sizeSlug":"large"}

ରାଜସ୍ବ ବିଭାଗ ସୂଚନା ଅନୁଯାୟୀ, ଗିରଫ କରାଯାଇଥିବା ୨ ଜଣଙ୍କୁ ମୁମ୍ବାଇର ଏକ କୋର୍ଟରେ ହାଜର କରାଯାଇଛି | ଦୁଇ ଜଣଙ୍କୁ ୧୪ ଦିନ ରିମାଣ୍ଡରେ ପଠାଯାଇଛି | ୧୯୧ କିଲୋ ଡ୍ରଗ୍ସ ଅନେକ କଣ୍ଟେନରରେ ଲୁଚାଇ ଅଣାଯାଇଥିଲା | କଣ୍ଟେନର ମାଲିକକୁ ମଧ୍ୟ ପଚରାଉଚୁରା କରାଯାଉଛି |

{"id":312418,"sizeSlug":"large"}

କିଛି ଦିନ ପୂର୍ବରୁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏଏନଆ) ଗୁଜରାଟ ସମୁଦ୍ର ମାର୍ଗରୁ ପାଖାପାଖି ୫୦୦ କୋଟି ଟଙ୍କାର ହେରୋଇନ ତସ୍କରୀ ମାମଲାରେ ପାକିସ୍ତାନ ଓ ଦୁବାଇରୁ ସଞ୍ଚାଳିତ ଏକ ଅନ୍ତରାଷ୍ଟ୍ରୀୟ ନାର୍କୋ ଟେରର ଗ୍ୟାଙ୍ଗର ୮ ଜଣଙ୍କ ବିରୋଧରେ ଶୁକ୍ରବାର ଦିନ ମାମଲା ରୁଜ୍ଜୁ କରିଥିଲା | ସମୁଦ୍ର ମାର୍ଗ ଦେଇ ପାକିସ୍ତାନରୁ ଗୁଜରାଟକୁ ହେରୋଇନ ଅଣାଯାଇଥିବା ଅଭିଯୋଗ ହୋଇଥିଲା | ଏହି ଗ୍ୟାଙ୍ଗ କିଛି ପାକିସ୍ତାନ ନାଗରିକ ସହ ମିଶି କାମ କରୁଥିଲା | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.