Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପାକିସ୍ତାନରୁ ଗୁଜୁରାଟ ଆସୁଥିବା ୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ, ୮ ଗିରଫ

15/04/2021 at 5:41 PM

ନୂଆଦିଲ୍ଲୀ ୧୫/୪: ପଡ଼ୋଶୀ ପାକିସ୍ତାନର କାରନାମା କାହାକୁ ଅଛପା ନାହିଁ। ବାହାରକୁ ବନ୍ଧୁତ୍ବ ଆଚରଣ କରୁଥିବା ପାକିସ୍ତାନ କିନ୍ତୁ ନିଜର ଆତଙ୍କବାଦୀ ବିରୋଧୀ ନୀତିରେ କୌଣସି ପରିବର୍ତ୍ତନ କରୁନାହିଁ। ଯଦିଓ କିଛି ଦିନ ହେବ ଅସ୍ତ୍ରବିରତି ଉଲ୍ଲଂଘନ ନିୟମର ପାଳନ କରୁଛି କିନ୍ତୁ ଡ୍ରଗ୍ସ ମାଧ୍ୟମରେ ଟଙ୍କା ଏକତ୍ର କରୁଛି ପାକିସ୍ତାନ। ସମୁଦ୍ର ଦେଇ ଭାରତକୁ ବହୁ ପରିମାଣରେ ଡ୍ରଗ୍ସ ସପ୍ଲାଏ କରୁଥିବା ବଡ଼ ପାକିସ୍ତାନୀ ନେଟଓ୍ବାର୍କର ପାର୍ଦ୍ଦାଫାସ କରିଛି ଭାରତୀୟ କୋଷ୍ଟ ଗାର୍ଡ ଏବଂ ଗୁଜୁରାଟ ଏଟିଏସ୍‌।

କୋଷ୍ଟ ଗାର୍ଡ ଏବଂ ଗୁଜୁରାଟ ଏଟିଏସ୍‌ ଅନ୍ତର୍ଜାତୀୟ ସମୁଦ୍ର ସୀମାରେ ଏକ ପାକିସ୍ତାନୀ ମାଛଧରା ଡଙ୍ଗା ଜବତ କରିଛନ୍ତି। ଯେଉଁଥିରୁ ୩୦ କିଲୋ ହେରୋଇନ୍‌ ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି। ୧୩ ଏପ୍ରିଲରେ ଭାରତ ପାକିସ୍ତାନ ସମୁଦ୍ର ସୀମାରେ ଡ୍ରଗ୍ସ ଚୋରାଚାଲାଣ ନେଇ କୋଷ୍ଟ ଗାର୍ଡକୁ ଖବର ମିଳିଥିଲା। ଖବର ମିଳିବା ପରେ କୋଷ୍ଟ ଗାର୍ଡ ଗୁଜୁରାଟ ଏଟିଏସ୍‌ ସହ ମିଶି ଅପରେସନ୍‌ ଆରମ୍ଭ କରିଥିଲା।

୧୪-୧୫ ଏପ୍ରିଲ ରାତିରେ ଅନ୍ତର୍ଜାତୀୟ ସୀମାରେ ଏକ ପାକିସ୍ତାନୀ ବୋଟ ଦେଖିବାକୁ ମିଳିଥିଲା। ହେଉଁଥିରୁ ଜବତ ହୋଇଥିବା ହେରୋଇନର‌ ଆନୁମାନିକ ମୂଲ୍ୟ ୩୦୦ କୋଟି ଟଙ୍କା ହେବ। ପାକିସ୍ତାନରୁ ଆସିଥିବା ଡ୍ରଗ୍ସ ଗୁଜୁରାଟରେ ପହଞ୍ଚିବାର ଥିଲା। ଏହି ଅପରେସନ୍‌ରେ ଡଙ୍ଗା PFBNUH ରେ ଥିବା ୮ ଜଣଙ୍କୁ ଗିରଫ କରାଯାଇଛି। କୋଷ୍ଟ ଗାର୍ଡର ନାର୍କୋ ଟେରୋରିଜମ୍‌ ବିରୋଧରେ ଅପରେସନ ଜାରି ରହିଛି। ୫୨୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ଡ୍ରଗ୍ସ ଜବତ ହୋଇସାରିଛି।

   Related Posts