Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନିଶାକାରବାରର ପେଣ୍ଠସ୍ଥଳ ପାଲଟିଛି ସମ୍ବଲପୁର : ବଲାଙ୍ଗିରରୁ ବରଗଡ ଦେଇ ସମ୍ବଲପୁରକୁ ବିପୁଳ ନିଶା ଦ୍ରବ୍ୟ ଚାଲାଣ

12/05/2019 at 5:37 PM

ସମ୍ବଲପୁର ୧୨/୫: ନିଶାକାରବାରର ପେଣ୍ଠସ୍ଥଳ ପାଲଟିଛି ସମ୍ବଲପୁର । ପ୍ରତିଦିନି ବଲାଙ୍ଗିରରୁ ବରଗଡ ଦେଇ ସମ୍ବଲପୁର ସହରକୁ ବିପୁଳ ନିଶା ଦ୍ରବ୍ୟ ଚାଲାଣ ହେଉଛି । ନିଶାର ଶିକାର ହେଉଛନ୍ତି ଯୁବପୀଢି । ଏହାଦ୍ବାରା ଚୋରି, ଡକାୟତି, ଲୁଟ୍‌, ଛିନ୍‌ତାଇ ବଢୁଛି । ଏହି କାରବାର ପଛରେ ଆନ୍ଥଃରାଜ୍ୟ ରାକେଟ୍‌ର ହାତ ରହିଛି । ଏମିତି ଏକ ବଡ ରାକେଟ୍‌ର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ପୋଲିସ୍ । ଗ୍ରାହକ ସାଜି ପୋଲିସ ୨୧ ଶହ ବୋତଲ ନିଷିଦ୍ଧ କୋରୋକ୍ସ୍ କଫ୍‌ ସିରାପ୍‌, ୯ ଶହ ବୋତଲ କୋଡାଇନ୍‌ କଫ୍‌ ସିରାପ୍‌, ୨ଶହ ବୋତଲ ଏସ୍‌କଫ୍‌ କଫ୍‌ ସିରାପ୍ ଜବତ କରିଛି । ୨୬ ହଜାର ବାକ୍ସ ନିଷିଦ୍ଧ ପେଣ୍ଟାଭୟ ନିଶା ଇଞ୍ଜେକସନ୍‌, ୨ଶହ ବାକ୍ସ ଫୋର୍ଟିସିନ୍‌ ନିଶା ଇଞ୍ଜେକସନ୍‌, ୨୧ହଜାର ବାକ୍ସ ପେଣ୍ଟାଜୋସିନ୍‌ ନିଶା ଇଞ୍ଜେକସନ୍‌ ଜବତ କରିଛି । ଯାହାର ବଜାରମୂଲ୍ୟ ପ୍ରାୟ ୧୦ଲକ୍ଷରୁ ଅଧିକ ହେବ।

ଏହି ଔଷଧ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପସନ୍‌ରେ ମିଳୁନଥିବା ବେଳେ, କିପରି ଏତେମାତ୍ରାରେ ଚାଲାଣ ହେଉଛି ତାହାର ତଦନ୍ତ ଚାଲିଥିବା ପୋଲିସ କହିଛି । ଛତିଶଗଡ ଓ ବିହାରର କିଛି ଅପରାଧୀକ ନେଟୱାର୍କ କାମକରୁଥିବା ବେଳେ, ବଲାଙ୍ଗିର, ବରଗଡ ଓ ସମ୍ବଲପୁରର କିଛି ଅଣଓଡିଆ ବ୍ୟବସାୟୀ ସଂପୃକ୍ତ ଅଛନ୍ତି । ସେହିପରି ବାଂଲାଦେଶରୁ ଆସି ସମ୍ବଲପୁରରେ ଆତ୍ମଗୋପନ କରିଥିବା କିଛି ଲୋକ ମଧ୍ୟ ଏହି ନିଶାକାରବାର କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି । ପୋଲିସ୍‌ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିବା ରାକେଟ୍‌ର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରୁଛି । ସମ୍ବଲପୁରରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଦୀର୍ଘବର୍ଷ ଧରି ପୋଲିସର ଛତ୍ରଛାୟା ତଳେ ରହି ଅବାଧ ନିଶାକାରବାର ସହ, ଚୋରା ବନ୍ଧୁକ ବେପାର କରି ଆସୁଛନ୍ତି । କେତେବେଳେ ପୋଲିସ୍‌ କିଛି ନିଶାଦ୍ରବ୍ୟ ଓ ଚୋରା ବନ୍ଧୁକ ଧରି ବାହାବା ନେବାପରେ, ପୁଣି ଏହି ନେଟ୍‌ୱାର୍କ ସକ୍ରିୟ ହୋଇଯାଉଛି।

   Related Posts