କରୋନା ସମୟରେ ଔଷଧ ଦୋକାନରେ ଅଚାନକ୍‌ ପହଞ୍ଚିଗଲେ ଡ୍ରଗସ ସ୍କ୍ୱାର୍ଡ

Published By : Prameya-News7 Bureau | April 20, 2021 IST

ଯାଜପୁର, ୨୦/୦୪: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳର ବିଭିନ୍ନ ଔଷଧ ଦୋକାନରେ ଡ୍ରଗସ ସ୍କ୍ୱାର୍ଡ ପକ୍ଷରୁ ଚଢାଉ କରାଯାଇଥିବା ସୂଚନା ମିଳିଛି । ଯାଜପୁର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଡ୍ରଗସ ଇନ୍ସପେକ୍ଟର ଚଣ୍ଡିଖୋଲ ଛକରେ ଥିବା ବିଭିନ୍ନ ମେଡିସିନ ଦୋକାନ ଉପରେ ଚଢ଼ାଉ କରିଥିଲେ । ଏଥିସହ କରୋନା ମହାମାରୀ ପାଇଁ ମେଡିସିନର କଳାବଜାରୀ ଉପରେ ରୋକ୍‌ ଲାଗିଇବା ପାଇଁ ଏପରି ଅଚାନକ୍‌ ଚଢ଼ାଉ ଜାରି ରହିବ ବୋଲି ଜଣାପଡ଼ିଛି ।

ଡ୍ରଗସ ଇନ୍ସପେକ୍ଟର ମାସ୍କ୍, ସାନିଟାଇଜର, ବିଭିନ୍ନ ଔଷଧର କାଗଜ ପତ୍ର ଯାଞ୍ଚ କରିଥିଲେ । କରୋନା ମହାମାରୀ ସମୟରେ ଔଷଧ ଦୋକାନୀମାନେ କଳାବଜାରୀ କରୁଥିବା ବେଳେ ଏ ନେଇ ବିଭିନ୍ନ ଔଷଧ ଦୋକାନରେ ରେଡ କରାଯାଉଛି । ବିଭିନ୍ନ ଔଷଧ ଦୋକାନ ଯାଞ୍ଚ ପରେ ମେଡିସିନ ସମ୍ୱନ୍ଧୀୟ କାଗଜ ପତ୍ର ଠିକ୍ ଥିବା ଡ୍ରଗସ୍ ଇନ୍ସେପେକ୍ଟର ହରି ପ୍ରିୟା ମଲିକ କହିଛନ୍ତି । ତେବେ ଛଢ଼ାଉ ସମୟରେ ଡ୍ରଗସ ସ୍କ୍ୱାର୍ଡଙ୍କ ସହ ବଡଚଣା ପୋଲିସ୍ ଉପସ୍ଥିତ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.