Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଜୀବନର ଦୁଃଖ କମ୍‌ କରେ ଡ୍ରଗ୍ସ, ସେବନ ପାଇଁ ଅନୁମତି ମିଳୁ: କଂଗ୍ରେସ ସାଂସଦ

27/10/2021 at 8:46 PM

ମୁମ୍ବାଇ ୨୭/୧୦: ଡ୍ରଗ୍ସ ମାମଲାରେ ଉଠୁଛି ପଡ଼ୁଛି ମୟାନଗରୀ ମୁମ୍ବାଇ ସମେତ ପୂରା ଦେଶ। ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଏନସିବି ଗିରଫ କରିବା ପରଠୁ ଡ୍ରଗ୍ସକୁ ନେଇ ଥିବା ଆଇନ କାନୁନ ଉପ​‌ରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଏହାରି ଭିତରେ ବରିଷ୍ଠ ଓକିଲ ତଥା ରାଜ୍ୟସଭା ସାଂସଦ କେଟିଏସ୍‌ ତୁଳସୀ ଡ୍ରଗ୍ସ ଜୀବନ ପାଇଁ ଜରୁରୀ ବୋଲି କହିଛନ୍ତି ।

ଏହାକୁ ମଦ ଏବଂ ଖୁଟଖା ଭଳି ସେବନ ପାଇଁ ଅନୁମତି ଦିଆଯାଉ ବୋଲି କଂଗ୍ରେସ ନେତା ଦାବି କରିଛନ୍ତି। ଡ୍ରଗ୍ସର ସନ୍ତୁଳିତ ବ୍ୟବହାର ଜୀବନ ପାଇଁ ଦରକାର ବୋଲି କେଟିଏସ୍‌ କହିଛନ୍ତି । ଏଏନଆଇ ସହ ସାକ୍ଷାତକାର ବେଳେ କେଟିଏସ୍‌ ତୁଳସୀ କହିଛନ୍ତି, ‘ଡ୍ରଗ୍ସ ସମସ୍ତଙ୍କ ଜୀବନର ଅଂଶ ଏବଂ ଅନେକ ସମୟରେ ଜୀବନର ଦୁଃଖ କମ କରେ ଡ୍ରଗ୍ସ । ମଦ, ଗୁଟଖା ମଧ୍ୟ ଦେହ ପାଇଁ ଖରାପ। କିନ୍ତୁ ଟ୍ୟାକ୍ସ ଦେଇ ଏହି ଡ୍ରଗ୍ସର ସେବନ ପାଇଁ ଅନୁମତି ରହିଛି। ତେବେ ଡ୍ରକ୍ସ କାହିଁକି ନୁ​‌ହେଁ ? ବହୁ ସମୟରେ ଔଷଧ ଭାବେ ଡ୍ରଗ୍ସ ନିଆଯାଏ । ଯଦି ଏହାର ଆବଶ୍ୟକତା ପଡ଼ୁଛି ତେବେ ଏହାର ସେବନକୁ ମଞ୍ଜୁରୀ ଦେଇ ଦେବା ଦରକାର।’ 

ଡ୍ରଗ୍ସ ସେବନକୁ ମଞ୍ଜୁରୀ ଦେବାକୁ ନେଇ ଓକିଲାତି କରୁଥିବା ତୁଳସୀ କହିଛନ୍ତି, ଏନଡିପିଏସ୍‌ ଆକ୍ଟ ୧୯୮୫ର ସଂଶୋଧନ ହେବାର ଆବଶ୍ୟକତା ରହିଛି। କାରଣ ଏହି ଆଇନ ଜରିଆରେ ଅନେକ ସମୟରେ ଲୋକେ ଶୋଷଣର ଶିକାର ହେଉଛନ୍ତି ବୋଲି କଂଗ୍ରେସ ସାଂସଦ ଅଭିଯୋଗ କରିଛନ୍ତି।  

   Related Posts