Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କଲା ପର୍ଦ୍ଦାଫାସ୍ : ‘ଆପତି ଗଓ୍ବଣ୍ଡେ’ ଟାପୁରେ ହେଉଥିଲା ସୁଶାନ୍ତଙ୍କ ଡ୍ରଗ୍ସ ପାର୍ଟି,ଏମାନେ ହେଉଥିଲେ ସାମିଲ

15/09/2020 at 12:27 PM

ମୁମ୍ବାଇ ୧୫/୯: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଡ୍ରଗ୍ ଆଙ୍ଗଲର ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଦାବି ରହିଛି ଯେ ଯାଞ୍ଚ ସମୟରେ ସାରା ଅଲୀ ଖାନ୍,ସିମୋନ ଏବଂ ରକୁଲଙ୍କ ନାଁ ସାମନାକୁ ଆସିଛି। ସୁଶାନ୍ତଙ୍କ ଫାର୍ମ ହାଉସ୍ ଏବଂ ପବନା ଡ୍ୟାମରେ ନିର୍ମିତ ଟାପୁ ‘ଆପତି ଗଓ୍ବଣ୍ଡେ’ରେ ହୋଇଥିବା ପାର୍ଟି ଉପରେ ଏନସିବିର ନଜର ରହିଛି। ସୁଶାନ୍ତ ନିଜ ବନ୍ଧୁଙ୍କ ସହ ଏଠାରେ ସମୟ ବିତାଉଥିଲେ ଏବଂ ପାର୍ଟି କରୁଥିଲେ।

ଏନସିବି ଟାପୁରେ ଯାଇ ତଦନ୍ତ କରିଛି। ଏହା ସହିତ ଜଣେ ବ୍ୟକ୍ତିଙ୍କ ଷ୍ଟେଟମେଣ୍ଟ ମଧ୍ୟ ରେକର୍ଡ଼ କରିଛି। ଏନସିବିର କହିବା ଅନୁସାରେ ଷ୍ଟେଟମେଣ୍ଟ ମୁତାବକ ଟାପୁରେ ସୁଶାନ୍ତଙ୍କ ସହ ରିୟା ଚକ୍ରବର୍ତ୍ତୀ ଅନେକ ଥର ଆସିଛନ୍ତି। ସୁଶାନ୍ତଙ୍କ ସହ ସାରା ଅଲ୍ଲୀ ଖାନ୍ ମଧ୍ୟ ୪-୫ଥର ଆସିଛନ୍ତି। ସୁଶାନ୍ତଙ୍କ ସହ ଶ୍ରଦ୍ଧା କପୁର ମଧ୍ୟ ଆସି ସାରିଛନ୍ତି।

ଏହା ବ୍ୟତୀତ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଦୀପେଶ ସାଓ୍ବନ୍ତ,ସ୍ୟାମୁଏଲ୍ ମିରାଣ୍ଡା,ଶୋଭିକ,ଜୈଦ ମଧ୍ୟ ଏହି ଟାପୁରେ ଅନେକ ଥର ଆସିଛନ୍ତି। ଟାପୁରେ ଜୋରସୋରରେ ଡ୍ରଗ୍ସ ପାର୍ଟି ହେଉଥିଲା। ଗଞ୍ଜେଇ ଏବଂ ନିଶା ସେବନ କରାଯାଉଥିଲା। ରିୟା ମଧ୍ୟ ନିଜ ବୟାନରେ ସାରା ଅଲୀ ଖାନ୍,ସିମୋନ ଖମ୍ବାଟା ଏବଂ ରକୁଲଙ୍କ ନାଁ ନେଇଛନ୍ତି ଯେଉଁଥିରେ ଯାଞ୍ଚ ଜାରି ରହିଛି।

ସୂଚନା ଅନୁଯାୟୀ,ସୁଶାନ୍ତ ସିଂହ ରାଜପୁତଙ୍କ ଫାର୍ମ ହାଉସ୍ ଏବଂ ଟାପୁରେ ହୋଇଥିବା ପାର୍ଟିରେ ସାମିଲ ଥିବା ଲୋକଙ୍କ ଉପରେ ମଧ୍ୟ ଏନସିବିର ନଜର ରହିଛି। ମୋଟର ବୋଟ୍ ଚଲାଉଥିବା ବ୍ୟକ୍ତିଙ୍କ ବୟାନ ଆଧାରରେ ଏବିଷୟରେ ଖୁଲାସା ହୋଇଛି।

   Related Posts