ମୁମ୍ବାଇ ୦୩/୧୦ : ମୁମ୍ବାଇରେ ହାଇପ୍ରୋଫାଇଲ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଛି। ଏହା ପୂର୍ବରୁ ତାଙ୍କୁ ହେପାଜତକୁ ନେଇ ପ୍ରାୟ ୪ ଘଣ୍ଟା ପଚରାଉଚୁରା କରିଥିଲା। ଆର୍ଯ୍ୟନଙ୍କୁ ମେଡିକାଲ ଯାଞ୍ଚ ପାଇଁ ଜେଜେ ହସ୍ପିଟାଲ ନିଆଯାଇଛି। ଏନସିବି ଟିମ ହସ୍ପିଟାଲର ଏମର୍ଜେନ୍ସି ଗେଟରୁ ଆର୍ଯ୍ୟନଙ୍କୁ ଭିତରକୁ ନେଇଯାଇଛି।
ଆର୍ଯ୍ୟନଙ୍କ ସହ ଆଉ ଦୁଇ ଷ୍ଟାରକିଡ ମୁନମୁନ ଧମେଚା ଅରବାଜ ମୋର୍ଚେଣ୍ଟଙ୍କୁ ମଧ୍ୟ ଗିରଫ କରାଯାଇଛି। ଆର୍ଯ୍ୟନଙ୍କ ସହ ଏହି ଦୁଇଜଣଙ୍କୁ ମଧ୍ୟ ହସ୍ପିଟାଲକୁ ଅଣାଯାଇଛି। ମେଡିକାଲ ଯାଞ୍ଚ ପରେ ଏ ସମସ୍ତଙ୍କୁ କିଲା କୋର୍ଟର ସ୍ୱତନ୍ତ୍ର କୋର୍ଟରେ ପେଶ କରାଯାଇଛି। ମାମଲାରେ ୨ ଯୁବତୀଙ୍କ ସମେତ ୫ ଜଣ ଏବେବି ହେପାଜତରେ ଅଛନ୍ତି। ସମସ୍ତଙ୍କୁ ପଚରାଉଚୁରା ଜାରି ରହିଛି। କୁହାଯାଉଛି ଯେ ପଚରାଉଚୁରା ପାଇ ଡ୍ରଗ୍ସ ପେଡଲରକୁ ମଧ୍ୟ ଏନସିବି କାର୍ଯ୍ୟାଳୟକୁ ଅଣାଯାଇଛି।
wp:embed {"url":"https://twitter.com/ANI/status/1444616694324891648","type":"rich","providerNameSlug":"twitter","responsive":true} /wp:embedଏନସିବିକୁ ସୂଚନା ମିଳିଥିଲା ଯେ, ପାର୍ଟିରେ ଡ୍ରଗ୍ସ ବ୍ୟବହାର କରାଯାଉଛି। ଏନସିବି ଅଧିକାରୀ ଯାତ୍ରୀ ହୋଇ କ୍ରୁଜକୁ ଯାଇଥିଲେ। ଶନିବାର ଦିନ ରେଭ ପାର୍ଟି ଚାଲିଥିଲାବେଳେ ସେ ଚଢ଼ଉ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, କ୍ରୁଜରୁ ବହୁ ପରିମାଣର ଡ୍ରଗ୍ସ ଜବତ ହୋଇଛି। ଏହାର ମୂଲ୍ୟ କୋଟି କୋଟି ଟଙ୍କା ବୋଲି କୁହାଯାଇଛି। ଜବତ ହୋଇଥିବା ଡ୍ରଗ୍ସ ଏମଡି କୋକ ଓ ହଶିଶ।
ଏନସିବି ମୁଖ୍ୟ ଏସଏନ ପ୍ରଧାନ କହିଛନ୍ତି ଯେ ଦୁଇ ସପ୍ତାହ ଯାଞ୍ଚ ପରେ ଚଢ଼ଉ କରାଯାଇଛି। ଏଥିରେ ବଲିଉଡର ଅନେକ ସେଲିବ୍ରିଟିଙ୍କ ଲିଙ୍କ ସାମ୍ନାକୁ ଆସିଛି। ନିରପେକ୍ଷ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି। ଏହି ପ୍ରକ୍ରିୟାରେ ବଲିଉଡ କିମ୍ବା କୌଣସି ଧନୀ ଲୋକଙ୍କ ଲିଙ୍କ ସାମ୍ନାକୁ ଆସିଲେ ମଧ୍ୟ ଏନସିବି ଆଇନ ପରିସରରେ ରହି କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଗତ ବର୍ଷେ ମଧ୍ୟରେ ମୁମ୍ବାଇରେ ୩୦୦ରୁ ଅଧିକ ସ୍ଥାନରେ ଚଢ଼ଉ କରାଯାଇଛି। ଆଗକୁ ମଧ୍ୟ ଚଢ଼ଉ ଜାରି ରହିବ ବୋଲି ସେ କହିଛନ୍ତି। ଦେଶକୁ ଡ୍ରଗ୍ସ ମୁକ୍ତ କରିବା ଲକ୍ଷ୍ୟ ବୋଲି ସେ କହିଛନ୍ତି।