Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ଟିକା ନେବେ ପ୍ରଧାନମନ୍ତ୍ରୀ ମୋଦି, ୨ୟ ପର୍ଯ୍ୟାୟରେ ସମସ୍ତ ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କୁ ଭ୍ୟାକ୍‌ସିନ୍‌‌
  • ||
  • ଦେଶରେ କରୋନା ସଂକ୍ରମଣ ହ୍ରାସ ପରେ ପୁଣି ବୃଦ୍ଧି, ଗତ ୨୪ଘଣ୍ଟାରେ ୧୫,୨୨୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ସାନଖେମୁଣ୍ଡି : ପାହାଡ ତଳକୁ ଖସିଲା ବସ୍, ହେଲ୍‌ପର ଗୁରୁତର
  • ||
  • ବୌଦ୍ଧ : ଅଟୋକୁ ଧକ୍କା ଦେଲା ହାଇଓ୍ବା : ଚାଲିଗଲା ମା’, ପୁଅ ଓ ଝିଅଙ୍କ ଜୀବନ
  • ||
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||

ରାଜଧାନୀରୁ ଧରାପଡ଼ିଲା ମୋଷ୍ଟ ଓ୍ବାଣ୍ଟେଡ୍ ଡ୍ରଗ୍ସ୍ କୁଇନ୍ ମୀନା ଓରଫ୍ ହସିନା ଖାତୁନ୍

18/09/2019 at 5:46 PM

ଭୁବନେଶ୍ବର୧୮|୮: ଧଳାଜହର କାରବାର ପଛରେ ସୁନ୍ଦରୀଙ୍କ ସାଂଘାତିକ ଖେଳ । ନ୍ୟୁଜ୍‌ ସେଭେନ୍‌ରେ ଖବର ପ୍ରସାରଣ ପରେ ରାଜଧାନୀରୁ ଧରାପଡ଼ିଛି ମୋଷ୍ଟ ଓ୍ବାଣ୍ଟେଡ୍‌ ଡ୍ରଗ୍‌ସ୍‌ କୁଇନ୍‌ ମୀନା ଓରଫ୍‌ ହସିନା ଖାତୁନ୍‌ । ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ବରରେ ରହି ଚଳାଇଥିଲା ବ୍ରାଉନସୁଗାର କାରବାର । ହସିନାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ।

ଧଳାଜହର କାରବାର ପଛରେ ସୁନ୍ଦରୀଙ୍କ ସାଂଘାତିକ ଖେଳ । ନ୍ୟୁଜ୍‌ ସେଭେନରେ ଏହାର ଖୁଲାସା ହେବା ପରେ ରାଜଧାନୀରୁ ଧରାପଡ଼ିଛି ମୋଷ୍ଟ ଓ୍ବାଣ୍ଟେଡ୍‌ ଡ୍ରଗ୍‌ସ୍‌ କୁଇନ୍‌ ମୀନା ଓରଫ୍‌ ହସିନା ଖାତୁନ୍‌ । ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରରୁ ଆସି ଲକ୍ଷ୍ମୀସାଗର ହଳଦିପଡ଼ିଆ ବସ୍ତିରେ ବେଧଡ଼କ ଚଳାଇଥିଲା ଧଳା ଜହର କାରବାର ।

ଅନ୍ୟ ମାମଲାରେ ବି କ୍ରାଇମବ୍ରାଂଚ ଏସଟିଏଫର ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ଥିଲା ହସିନା । ପୂର୍ବରୁ ୨ ଦୁଇ ଥର ଗିରଫ ହୋଇ ଜେଲ୍‌ ଯାଇଥିବା ହସିନା ବେଲ୍‌ରେ ଆସି ପୁଣି ଚଳାଇଥିଲା ବ୍ରାଉନସୁଗାର ବେପାର । କିଛି ଦିନ ତଳେ ଖୋର୍ଦ୍ଧାରୁ ଧରାପଡ଼ିଥିବା ବ୍ରାଉନସୁଗାର ମାଫିଆ ଛୋଟା ସହ  ହସିନାର ଲିଙ୍କ୍‌ ଥିବା କୁହାଯାଉଛି ।

କୋଲକାତାରୁ ବାଲେଶ୍ବର ଏବଂ ସେଠାରୁ କଟକ, ଭୁବନେଶ୍ବର, ଖୋର୍ଦ୍ଧାକୁ ଲମ୍ବିଥିବା ବ୍ରାଉନସୁଗାର କାରବାରର ଚେର ଖୋଳୁଥିବା ଏସଟିଏଫ୍‌ ହାତରେ ଧରାପଡ଼ୁଛନ୍ତି ଗୋଟିଏ ପରେ ଗୋଟିଏ ଅପରାଧୀ । ପୂର୍ବରୁ ଖୋର୍ଦ୍ଧାର ଛୋଟା ଲିଙ୍କ୍‌ରେ ଥିବା ଏକାଧିକ ବ୍ରାଉନସୁଗାର ବେପାରୀଙ୍କୁ ପଞ୍ଝାକୁ ନେଇ ସାରିଛି ଏସଟିଏଫ୍‌ । ଦୁଇ ଦିନ ତଳେ ବାଲେଶ୍ବରର ବ୍ରାଉନସୁଗାର ମାଫିଆ ସେଖ୍‌ ରାଜାକୁ ଉଠାଇଛି । ଆଉ ଏବେ ପୁଣି ହଳିଦୀ ପଡ଼ିଆରୁ ମୀନା ଓରଫ୍‌ ହସିନା ଖାତୁନ୍‌କୁ ଗିରଫ କରିଛି ଏସଟିଏଫ୍‌ ।

   Related Posts