ଜଟଣୀରେ ୬ବର୍ଷର ନବାଳିକାକୁ ଦୁଷ୍କର୍ମ ଓ ହତ୍ୟା ପଛରେ ନିଶା କାରବାର !

Published By : Prameya-News7 Bureau | April 12, 2019 IST

ଜଟଣୀ ୧୨|୪ : ନାବାଳିକାକୁ ଦୁଷ୍କର୍ମ ।  ୬ବର୍ଷର ନାବାଳିକାକୁ ବନ୍ଦ ଘରେ ଦୁଷ୍କର୍ମ ପରେ ହତ୍ୟା।  ଏମତି ଅଭାବନୀୟ ଘଟଣା  ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ  ସହରରେ। ଜଟଣୀ ଥାନା ପରିସରରେ  ଆତ୍ମୀୟସ୍ବଜନଙ୍କ କାନ୍ଦ ବୋବାଳି। ଯାହାକୁ ନେଇ ଜଟଣୀ  ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା।   ଥାନା  ଘେରାଉ ସାଙ୍ଗକୁ ରାସ୍ତାରେ ଟାୟାର  ଜାଳି ରାସ୍ତାରୋକ କରିଥିଲେ ଉତ୍ତ୍ୟକ୍ତ ଲୋକେ।

{"id":102783}

ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ମୁଣ୍ଡିଆସାହିର ଗୋପବନ୍ଧୁନଗରରେ ଜଣେ ୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ଜଣାପଡ଼ିବା ପରେ ଗାଁ ଲୋକେ ଜଣେ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ରାସ୍ତାରୋକ କରିଥିଲେ। ମୃତ ନାବାଳିକାଙ୍କ ଶବ ବ୍ୟବଚ୍ଛେଦ ପାଇଁ ଏମ୍ସକୁ ପଠାଯାଇଥିବାବେଳେ ଦୁଷ୍କର୍ମ କରିଥବା ଯୁବକ ଜଣକଙ୍କୁ ମଧ୍ୟ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଛି। 

{"id":102784}

ଘଟଣାସ୍ଥଳରେ ଭୁବନେଶ୍ବର ଡିସିପି ଅନୁପ ସାହୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା। ଘଟଣାସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏକ ସ୍ବତନ୍ତ୍ର ଟିମ୍ ଦ୍ବାରା ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଡିସିପି । ଏଭଳି ଏକ ଅଭାବନୀୟ ଘଟଣାରେ ତଦନ୍ତ ସାରି ଖୁବ୍ ଶୀଘ୍ର ଚାର୍ଜ ସିଟ୍ ଦାଖଲ କରାଯିବା ସହ ମୃତ ନାବାଳିକାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସରକାରଙ୍କ ଦୃଷ୍ଟି ଗୋଚର କରଯାଇଥିବା କହିଛନ୍ତି ଭୁବନେଶ୍ବର ଡିସିପି ଅନୁପ  ସାହୁ।

{"id":102614}

ଗତକାଲି ରାତି ପ୍ରାୟ ୧୦ଟାରେ ନାବାଳିକା ଜଣକ ଘର ବାହାରେ ଖେଳୁଥିଲା। ପରେ ସେ କୁଆଡ଼େ ଗାଏବ ହୋଇଯାଇଥିଲା। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ହେଲେ ଝିଅକୁ ପାଇ ନଥିଲେ। ପରେ ପରିବାର ଲୋକେ ସମ୍ପୃକ୍ତ ଯୁବକଙ୍କୁ ଘରକୁ ପଚାରିବାକୁ ଯାଇଥିଲେ। ହେଲେ ସେ କବାଟ ଖୋଲି ନଥିଲେ। ପରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ଯୁବକଙ୍କ ଘରେ ପଶିଥିଲେ। ସେଠାରେ ଝିଅର ମୃତଦେହ ପଡ଼ିଥିବା ଦେଖିଥିଲେ।

{"id":102787}

ସେପଟେ   ଝିଅର ମୃତ୍ୟୁ ନେଇ  ଥାନାକୁ ଅଭିଯୋଗ କରିବାକୁ ଆସିଥିବା  ମୃତ ନାବାଳିକାଙ୍କ ବାପାଙ୍କୁ  ଥାନା ପରିସରରେ ମାଡ ମରାଯାଇଥିବା ଅଭିଯୋଗ ହୋଇଛି।   ଜାମୁକୋଳି ର ପୂର୍ବତନ ସରପଞ୍ଚ  କାର୍ତିକ ପରିଡା ନାମକ  ଜଣେ ବ୍ୟକ୍ତି ତାଙ୍କୁ  ଥାନା ପରିସରରେ ଧମକ ଚମକ ଦେବା ସହ ମାଡ ମାରିଥିବା ନେଇ ଅଭିଯୋଗ କରିଥିବା କହିଛନ୍ତି  ମୃତ ନାବାଳିକାଙ୍କ ବାପା।

{"id":102785}

କେସ୍ ନମ୍ବର ୨୧୬/୧୯ ରେ ଆଇପିସି ୩୦୨, ୩୭୬, ଦୁଷ୍କର୍ମ ଓ ୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି ତଦନ୍ତ ଚଳାଇଛି ଜଟଣୀ ପୋଲିସ। ତେବେ ଖୁବ୍ ଶୀଘ୍ର ମୃତକଙ୍କ ପରିବାରକୁ ନ୍ୟାୟ ​ ଦେବାକୁ ଦାବି ହୋଇଛି।  ସ୍ଥାନୀୟ  ଅଞ୍ଚଳରେ  ବେଆଇନ ନିଶା କାରବାରକୁ ରୋକିବାକୁ ସାଧାରଣରେ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.