Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଡ୍ରଗ୍ସ ଲିଙ୍କ୍ ଏବେ କ୍ରିକେଟ ଓ୍ୱାର୍ଲଡ ମୁହାଁ : କେଉଁ କ୍ରିକେଟରଙ୍କ ପତ୍ନୀ ନେଉଥିଲେ କୋକେନ୍ ?ବୋମା ଫୁଟାଇଦେଲେ ଅଭିନେତ୍ରୀ ଶେର୍ଲିନ ଚୋପ୍ରା

25/09/2020 at 11:35 AM

ମୁମ୍ବାଇ, ୨୫।୦୯: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ବଲିଉଡର ବଡ ବଡ ଗୁମର ଉପରୁ ପରଦା ହଟୁଛି । ଏବେ ଡ୍ରଗ୍ସ ଲିଙ୍କକୁ ନେଉ ବଲିଉଡରେ ଝଡ ସୃଷ୍ଟି ହୋଇଛି । ବଲିଉଡର ନାମୀଦାମୀ ଅଭିନେତା ଓ ଅଭିନେତ୍ରୀ ଡ୍ରଗ୍ସ ଲିଙ୍କରେ ଫସିଛନ୍ତି । ତେବେ ଏହି ଡ୍ରଗ୍ସ ଲିଙ୍କ୍ ଏବେ ବଲିଉଡରୁ କ୍ରିକେଟ ମୁହାଁ ହୋଇଛି । ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରା କ୍ରିକେଟ ଜଗତକୁ ମଧ୍ୟ ଡ୍ରଗ୍ସ ଲିଙ୍କକୁ ଟାଣିଛନ୍ତି ।

ଶେର୍ଲିନ୍ କହିଛନ୍ତି ଯେ, ସେ ଏକଦା କୋଲକାତା ଯାଇଥିଲେ । ଏହି ସମୟରେ ଆଇପିଏଲ ଚାଲିଥିଲା ଓ କୋଲକାତା ନାଇଟ୍ ରାଇଡର୍ସର ମ୍ୟାଚ୍ ଥିଲା । ମ୍ୟାଚ୍ ପରେ ଏକ ଭବ୍ୟ ପାର୍ଟି ଆୟୋଜିତ ହୋଇଥିଲା । ପାର୍ଟିରେ ସେ ଖୁବ୍ ଖାଇଥିଲେ ଓ ନାଚ ମଧ୍ୟ କରିଥିଲେ । କିନ୍ତୁ କିଛି ସମୟ ପରେ ସେ କ୍ଳାନ୍ତ ହୋଇଯାଇଥିଲେ । ସେଠାରେ ସେ ଯାହା ଦେଖିଥିଲେ ତାହା ଅବିଶ୍ୱସନୀୟ ଥିଲା । ନାମୀଦାମୀ କ୍ରିକେଟରଙ୍କ ପତ୍ନୀମାନେ ଆରାମରେ କୋକେନ୍ ନେଉଥିଲେ । ଶେର୍ଲିନକୁ ଦେଖିବା ପରେ ସେମାନେ ହସିଥିଲେ । ଶେର୍ଲିନ୍ ମଧ୍ୟ ଅଳ୍ପ ହସି ସେଠାରୁ ଚାଲି ଆସିଥିଲେ । ସେଠାରେ ରାତି ସାରା ଗୋଟିଏ ପଟେ ଗୋଟିଏ ଡ୍ରଗ୍ସ ପାର୍ଟି ଚାଲିଥିଲା । ତେବେ ଶେର୍ଲିନ୍ ଗଣମାଧ୍ୟମ ଆଗରେ କୌଣସି କ୍ରିକେଟର କିମ୍ବା ସେମାନଙ୍କ ପତ୍ନୀଙ୍କ ନାଁ ନେଇନଥିଲେ ।

ତେବେ  ଡ୍ରଗ୍ସ ମାମଲାରେ ଏନସିବିର ତଦନ୍ତକୁ ଶେର୍ଲିନ ପ୍ରଶଂସା କରିଛନ୍ତି । ଏନସିବି ଭଲ କାମ କରୁଥିବା ସେ କହିଛନ୍ତି । ଏବେ ବିଭିନ୍ନ ଖଳନାୟକଙ୍କ ଉପରୁ ପରଦା ହଟିବ । ଏହାସହ ଏନସିବି ସାମ୍ନାରେ ହାଜର ହେଲେ ସେମାନେ ଦୈନିକ କେତେ ଥର ଡ୍ରଗ୍ସ ସେବନ କରନ୍ତି ଏବଂ କେଉଁଠୁ ଆଣନ୍ତି ତାହାକ କହିପାରିବେ ବୋଲି ଶେର୍ଲିନ୍ କହିଛନ୍ତି ।

ଅପରପକ୍ଷେ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ୧୬ ଜଣଙ୍କୁ ଗିରଫ କରିବା ପରେ ଏନସିବି ଏବେ ଡ୍ରଗ୍ସ ଲିଙ୍କର ଖୋଳତାଡ ଆରମ୍ଭ କରିଛି । ଏହି ଲିଙ୍କରେ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ, ଶ୍ରଦ୍ଧା କପୁର, ରକୁଲପ୍ରିତ୍ ସିଂ, ଶାର ଅଲ୍ଲି ଖାନଙ୍କୁ ହାଜର ହେବା ପାଇଁ ସମନ ଜାରି କରିଛି ।

   Related Posts