ଏନସିବି ଅଫିସ୍ରେ ପୁଣି ଭାଇ ସୌଭିକ୍ଙ୍କ ସହ ରିୟା ଚକ୍ରବର୍ତ୍ତୀ, ଆଉ ଥରେ ଜେରା !
5/01/2021 at 1:21 PM

ମୁମ୍ବାଇ ୫।୧: ଡ୍ରଗ୍ସ ଲିଙ୍କ୍ ମାମଲାରେ ପୁଣି ଏନସିବି ଅଫିସ୍ ରେ ପହଞ୍ଚିଲେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ । ଡ୍ରଗ୍ସ ଲିଙ୍କ୍ ରେ ଜେଲରେ ରହିସାରିଥିବା ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇଙ୍କୁ ଜାମିନ ମିଳିଥିବା ସତ୍ତ୍ବେ ଏନସିବିରୁ ଏ ପର୍ଯ୍ୟନ୍ତ ସମସ୍ତ କାମ ସରିନି । ଭାଇ-ଭଉଣୀଙ୍କୁ ପୁଣି ଥରେ ଏନସିବି ଅଫିସରେ ବାହାରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ଉଭୟଙ୍କର ଏଭଳି କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଫଟୋକୁ ଦେଖିବା ପରେ ଲୋକମାନେ କହୁଛନ୍ତି ଯେ, ଡ୍ରଗ୍ସ ମାମଲାରେ ପଚରା ଉଚରା କରିବା ପାଇଁ ଏନସିବି ଉଭୟଙ୍କୁ ଅଫିସ୍ ଡାକାଇଛି ।
ଏହି ଫଟୋରେ ରିୟା ଚକ୍ରବର୍ତ୍ତୀଙ୍କ ହାତରେ ଏକ କଳା ରଙ୍ଗର ଡାଏରୀ ଥିବା ଦେଖିବାକୁ ମିଳିଛି । କଳା ରଙ୍ଗର ଡ୍ରେସ୍ ପିନ୍ଧିଥିବା ବେଳେ ଏକ ସିମ୍ପଲ ଷ୍ଟାଇଲରେ ତଙ୍କୁ ଦେଖିବାକୁ ମିଳିଥିଲା । ଠିକ୍ ସେହିପରି ତାଙ୍କ ଭାଇ ଏକ କଳା ରଙ୍ଗର ଜ୍ୟାକେଟ ପିନ୍ଧିଥିବା ବେଳେ ତାଙ୍କ ଆଗେ ଆଗେ ଚାଲୁଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ ଉଭୟଙ୍କ ମୁହଁରେ ଏକ ଅସନ୍ତୋଷ ଦେଖା ଦେଇଥିଲା । ପାଖାପାଖି ଏକ ମାସ ଜେଲରେ ରହିସାରିବା ପରେ ରିୟାଙ୍କୁ ଜାମିନ ମିଳିଥିଲା । ତାଙ୍କ ଭାଇ ମଧ୍ୟ ଡ୍ରଗ୍ସ ମାମଲାରେ ଜେଲରେ ରହିସାରିଛନ୍ତି । ଏବେ ଉଭୟ ଜାମିନରେ ଅଛନ୍ତି ।