ନକଲି ଔଷଧ କାରବାର ମାମଲା: କଳାହାଣ୍ଡି ଲିଙ୍କ ନେଇ ଡ୍ରଗ୍ସ ବିଭାଗର ତଦନ୍ତ ଆରମ୍ଭ

Published By : Prameya-News7 Bureau | June 16, 2021 IST

କଳାହାଣ୍ଡି, ୧୬।୬: କଟକରେ ନକଲି ଔଷଧ କାରବାର ନେଇ କଳାହାଣ୍ଡି ଲିଙ୍କ ଥିବା ଜଣାପଡିଥିଲା l ପରେ ଧର୍ମଗଡ଼ର ଜୟହିନ୍ଦ ଟ୍ରେଡ଼ର୍ସ ଓ କେସିଙ୍ଗାର ବିଜୟ ଫାର୍ମାଶୁଟିକାଲସ ଉପରେ ପୋଲିସ ଗତ ଦୁଇଦିନ ତଳେ ଚଢ଼ାଉ କରିଥିଲା l ସ୍ୱାଗତ ଏଣ୍ଟରପ୍ରାଇଜେସ ଦେଇଥିବା ସ୍ନିଜ ମେଡ଼ିସିନ ଜବତ କରିଥିଲା।

{"id":467031,"sizeSlug":"large","linkDestination":"none"}

ଆଜି ଡ୍ରଗ ବିଭାଗ ପକ୍ଷରୁ ଡ୍ରଗ ଇନ୍ସପେକ୍ଟର ଓ ପୋଲିସ ପକ୍ଷରୁ ମିଳିତ ତଦନ୍ତ ଆରମ୍ଭ କରାଯାଇଛି। ଏ ପରିପ୍ରେକ୍ଷୀରେରେ କେସିଙ୍ଗାର ବିଜୟ ଫର୍ମଶୁଟିକାଲସ ଓ ଧର୍ମଗଡ଼ର ଜୟହିନ୍ଦ ଟ୍ରେଡିଙ୍ଗ ରୁ ତଦନ୍ତ ଆରମ୍ଭ ହୋଇଛି। ଡ୍ରଗ୍ସ ବିଭାଗ ପକ୍ଷରୁ ତଦନ୍ତ ଚାଲିଛି । କେଉଁଠୁ ମେଡିସିନ ଆସୁଥଲା, କେଉଁଠି ବିକ୍ରୀ ହୋଇଛି ତାର ତଦନ୍ତ ଜାରି ରହିଛି ।

{"id":467033,"sizeSlug":"large","linkDestination":"none"}

କେସିଙ୍ଗାର ଲାଇଫ କେୟାର ମେଡିସିନ ଷ୍ଟୋରରୁ ବିଜୟ ଫାର୍ମାଶୁଟିକାଲସ ଦେଇଥିବା ସ୍ନିଜ ମେଡିସିନକୁ ପୋଲିସ ସିଜ କରିଛି। ଏହି ଔଷଧ ବିକ୍ରୀ କରିଥିବା ଟ୍ରେଡ଼ର୍ସ ଓ ଦୋକାନୀଙ୍କ ଅଡ଼ୁଆ ବଢ଼ିବା ଆରମ୍ଭ ହେଲାଣି । ସେହିପରି ଧର୍ମଗଡ଼ ଜୟହିନ୍ଦ ଟ୍ରେଡିଙ୍ଗରେ ଡ୍ରଗ୍ସ ବିଭାଗର ଯାଂଚ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.