ଆତଙ୍କବାଦୀ ଲିଙ୍କ୍ ! ଆଜି ପୁଣି କେୟାର ହସ୍ପିଟାଲ ଉପରେ ଚଢାଉ

Published By : Prameya-News7 Bureau | November 28, 2019 IST

ଭୁବନେଶ୍ବର ୨୮।୧୧: କେୟାର ହସ୍ପିଟାଲରେ ପୁଣି ଚଢାଉ କରିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ଅଧିକାରୀ । ଚଢାଉ ବେଳେ ଅନେକ ଅନିୟମିତତା ସାମ୍ନାକୁ ଆସିଛି । ହସ୍ପିଟାଲରେ ହୃଦରୋଗ ଲାଗି ନକଲି ଷ୍ଟେଣ୍ଟ ବ୍ୟବହୃତ ହେଉଥିବା ଅଭିଯୋଗ ହୋଇଛି ।

{"id":191052,"sizeSlug":"large"}

ଗତକାଲି କେୟାର ହସ୍ପିଟାଲ୍‌ର ପାକିସ୍ତାନୀ ଲିଙ୍କ୍‌ ପ୍ରସଙ୍ଗ ବିଧାନସଭାରେ ଉଠିଥିଲା । ଏହି ହସ୍ପିଟାଲକୁ ଜଣେ ପାକିସ୍ତାନୀଙ୍କୁ ବିକ୍ରି ଲାଗି ଯୋଜନା କରାଯାଉଥିବା ଖବର ମଧ୍ୟ ଉଠିଥିଲା । ସେହି ବ୍ୟକ୍ତି ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ କିଡନୀ ଚୋରୀ ରାକେଟ୍‌ରେ ସଂପୃକ୍ତ ।ସରକାରଙ୍କ ବିନା ଅନୁମତିରେ ବିନା ଏନଓସିରେ କିପରି ଏମିତି ହେଲା ତାକୁ ନେଇ ଗତକାଲି  ବିଧାନସଭା ଶୂନ୍ୟକାଳରେ ସରକାରଙ୍କୁ ଘେରିଥିଲେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ। କେୟାର ହସ୍ପିଟାଲକୁ ସରକାର ମାଗଣାରେ ଜମି ଯୋଗାଇଛନ୍ତି। ହେଲେ ସେଠାରେ ଗରିବ ରୋଗୀଙ୍କୁ ଚିକିତ୍ସା ମିଳୁନି। ହସ୍ପିଟାଲ ଏମିତି ଅଭିଯୋଗକୁ ଖଣ୍ଡନ କରିଥିଲା । ହେଲେ ଘଟଣାର ତଦନ୍ତ ନିର୍ଦ୍ଦଶ ଦେଇଥିଲେ ରାଜ୍ୟ ସରକାର ।

{"id":191054,"sizeSlug":"large"}

ଅସିଫ ଅବଦୁଲ ନକଭି ନାମକ ଜଣେ ବ୍ୟବସାୟୀ ଯାହାଙ୍କ ସଂପର୍କ ପାକିସ୍ତାନୀ ଆତଙ୍କବାଦୀ ମାସୁଦ ଆଝାର ସହ ଅଛି ସେହିଁ କେୟାର ହସ୍ପିଟାଲକୁ କିଣୁଥିବା ନେଇ ଗୃହରେ ଉଦବେଗ ପ୍ରକାଶ ପାଇଥିଲା । ଏମିତିକି  ତାଙ୍କ ନାଁରେ କିଡନୀ ଚୋରୀ ରାକେଟ୍‌ରେ ସଂପୃକ୍ତି ଅଭିଯୋଗ ବି ରହିଛି। ଏମିତି ଜଣେ ପାକିସ୍ତାନୀ ଏଜେଣ୍ଟଙ୍କ ହାତରେ ଯଦି ରାଜ୍ୟର ହସ୍ପିଟାଲ ପଡେ ତେବେ ଦେଶର ସୁରକ୍ଷା ସହ ରୋଗୀଙ୍କ କିଡନୀ ଚୋରୀ ହେବା ଆଶଙ୍କା ରହିଛି। କେବଳ ବିରୋଧୀ ନୁହଁନ୍ତି ଶାସକ ଦଳର ସଦସ୍ୟ ବି ଯୁକ୍ତି ବାଢ଼ିଥିଲେ ସରକାର କେୟାର ହସ୍ପିଟାଲକୁ ମାଗଣାରେ ୨୫ ଏକର ଜମି ଦେଇଛନ୍ତି । ୩୦ ପ୍ରତିଶତ ଗରିବ ରୋଗୀଙ୍କ ଚିକିତ୍ସା ସେଠି ମାଗଣାରେ ହେବା କଥା। ହେଲେ ରୋଗୀଙ୍କ ଚିକିତ୍ସା କଥା ଛାଡନ୍ତୁ ଏବେ ନେଭକେୟାର ସଂସ୍ଥା ନାଁରେ ଜଣେ ପାକିସ୍ତାନୀ ଏଜେଣ୍ଟକୁ ହସ୍ପିଟାଲ ଟେକିଦେବା କେତେଦୂର ଯଥାର୍ଥ ସ ନେଇ ପ୍ରଶ୍ନ ଉଠାଇଥିଲେ ସଦସ୍ୟ।

{"id":191055,"sizeSlug":"large"}

ବିଧାନସଭାରେ କେୟାର ହସପିଟାଲ ପ୍ରସଙ୍ଗ ଉଠିବା ପରେ ଡ୍ରଗ୍ସ କଣ୍ଟ୍ରୋଲର ଅଧିକାରୀ ହସ୍ପିଟାଲରେ ଚଢ଼ାଉ କରିଥିଲେ। ମେଡିସିନ ଷ୍ଟୋର ସହ ରୋଗୀଙ୍କ ସମ୍ପର୍କିତ କାଗଜପତ୍ର ଯାଞ୍ଚ କରିଥିଲେ । ତେବେ ପାକିସ୍ତାନ ଲିଙ୍କ୍‌ ଅଭିଯୋଗକୁ ଖଣ୍ଡନ କରି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ କୌଣସି ପାକିସ୍ତାନ ମାଲିକଙ୍କ ସହ ସମ୍ପର୍କ ନାହିଁ । କେୟାର ହସପିଟାଲର ମାଲିକାନା ଟ୍ରଷ୍ଟ ଅଧିନରେ କାର୍ଯ୍ୟ କରୁଛି। ସେଠାରେ ଏ ପର୍ଯ୍ୟନ୍ତ କୌଣସି କିଡ୍‌ନୀ ଟ୍ରାନସପ୍ଲାଣ୍ଟେସନ୍‌ କରାଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.