Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଗିରଫର ବର୍ଷେ ପରେ ଡିଫ୍ରିଜ୍ ହେଲା ବ୍ୟାଙ୍କ୍ ଆକାଉଣ୍ଟ, କୋର୍ଟ ଫେରାଇଲେ ଫୋନ୍-ଲାପ୍‌ଟପ୍

11/11/2021 at 8:43 AM

ନୂଆଦିଲ୍ଲୀ ୧୧/୧୧: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଥିଲା। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏନସିବି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଦେଇଥିଲା। ବର୍ତ୍ତମାନ ଏକ ବର୍ଷ ପରେ ଅଭିନେତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିଫ୍ରିଜ୍ କରାଯାଇଛି। ରିୟା ଏହି ମାମଲାରେ ଏକ ପିଟିସନ ଦାଖଲ କରିଥିଲେ ଯେଉଁଥିରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟଠାରୁ ନେଇ ଜବତ ହୋଇଥିବା ଫୋନ୍-ଲାପ୍‌ଟପ୍ କୁ ଫେରସ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ରିୟା ଚକ୍ରବର୍ତ୍ତୀ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିଫ୍ରିଜ୍ କରିବାକୁ ଆବେଦନରେ କହିଥିଲେ ଯେ ବୃତ୍ତି ଅନୁଯାୟୀ ସେ ଜଣେ ଅଭିନେତ୍ରୀ ଏବଂ ମଡେଲ୍। ଏନସିବି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି। ତାଙ୍କ ପ୍ରତି ବଡ ଅନ୍ୟାୟ କରାଯାଉଛି। ତାଙ୍କ କର୍ମଚାରୀଙ୍କୁ ଦରମା ଦେବା, ଟିକସ ଦାୟିତ୍ୱ ପୂରଣ କରିବା ଏବଂ ଜିଏସଟି ଦେୟ ଦେବା ପାଇଁ ବ୍ୟାଙ୍କ ଆକାଉଣ୍ଟ ଆବଶ୍ୟକ। ଅଭିନେତ୍ରୀ ତାଙ୍କୁ ଜୀବନଯାପନ କରିବା ପାଇଁ ବ୍ୟାଙ୍କ ଆକାଉଣ୍ଟରେ ପଡ଼ିଥିବା ପରିମାଣ ମଧ୍ୟ ଦରକାର। କେବଳ ଏତିକି ନୁହେଁ ତାଙ୍କ ଭାଇ ମଧ୍ୟ ତାଙ୍କ ଉପରେ ନିର୍ଭରଶୀଳ ଅଟନ୍ତି।

ଏଥି ସହ ଏନସିବି ଅଭିନେତ୍ରୀଙ୍କ ଏହି ଆବେଦନକୁ ବିରୋଧ କରି କହିଥିଲା ଯେ ଏହି ମାମଲାରେ ଆର୍ଥିକ ତଦନ୍ତ ଜାରି ରହିଛି। ଯଦି ଆକାଉଣ୍ଟକୁ ଡିଫ୍ରିଜ୍ କରାଯାଏ, ତେବେ ଅନୁସନ୍ଧାନରେ ବାଧା ସୃଷ୍ଟି ହୋଇପାରେ। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାୟ ପ୍ରଦାନ କରି କୋର୍ଟ ରିୟାଙ୍କ ଆକାଉଣ୍ଟକୁ ଡିଫ୍ରିଜ୍ କରିଛନ୍ତି। ଏହା ସହିତ ତାଙ୍କର ଆପଲ୍ ଲାପଟପ୍ ଏବଂ ଆପଲ୍ ଆଇଫୋନ୍ ମଧ୍ୟ ଫେରସ୍ତ କରାଯାଇଛି।

   Related Posts