Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଆର୍ଯ୍ୟନ୍‌ ଓ ଅନନ୍ୟାଙ୍କ ଚାଟ୍‌ର ଖୁଲାସା : ଅଭିନେତ୍ରୀ କହିଥିଲେ ‘ସେ ଗଞ୍ଜେଇର ବ୍ୟବସ୍ଥା କରିବେ’

22/10/2021 at 1:03 PM

ମୁମ୍ବାଇ ୨୨।୧୦ : ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଘାଣ୍ଟି ହେଉଛି ବଲିଉଡ୍‌ । ଜଣେ ପରେ ଜଣେ ସେଲିବ୍ରିଟି ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଫସୁଛନ୍ତି । ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ବନ୍ଧାହୋଇ ଜେଲରେ ଥିବା ବେଳେ ଏବେ ଏନ୍‌ସିବି ଜାଲରେ ପଡିଛନ୍ତି ଅନନ୍ୟା ପାଣ୍ଡେ। ଏହି କ୍ରମରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଗତ କାଲି ଜେରା କରିଥିଲା ଏନ୍‌ସିବି । ଆର୍ଯ୍ୟନ ସହ ଅନନ୍ୟାଙ୍କ ହ୍ବାଟସ୍‌ଆପ୍‌ ଚାଟକୁ ନେଇ ଖୋଳତାଡ କରାଯାଇଥିଲା । ଏହି ତଦନ୍ତରୁ କିଛି ପ୍ରମାଣ ମିଳିଥିଲା । ଯେଉଁଥିରେ ଡ୍ରଗ୍ସ ମାମଲାର ସବୁଠାରୁ ବଡ ଲିଙ୍କ ଥିଲା ଆର୍ଯ୍ୟନଙ୍କ ସହ ଅନନ୍ୟାଙ୍କ ଚାଟ୍‌ । ଅନନ୍ୟାଙ୍କ ଆଜି ସକାଳ ୧୧ ଟାରେ ଆସିବାକୁ କୁହାଯାଇଥିଲା । ହେଲେ ସେ ପହଞ୍ଚି ନଥିଲେ ।

ତେବେ ଏନସିବି ହାତରେ ଲାଗିଥିବା ପ୍ରମାଣରେ  ସବୁଠାରୁ ବଡ କଥା ହେଲା ୨୦୧୮ରୁ ୨୦୧୯ ମଧ୍ୟ ଗଞ୍ଜେଇକୁ ନେଇ ଚାଟ୍‌ ହୋଇଥିଲା । ଯେତେବେଳେ ଅନନ୍ୟାଙ୍କୁ ଏହି ସବୁ ବିଷୟରେ ପଚରାଯାଇଥିଲା ସେତେବେଳେ ସେ ଦ୍ବନ୍ଦରେ ପଡିଲା ପରି ନଜର ଆସିଥିଲେ । ଅନେକ ପ୍ରଶ୍ନର ଉତ୍ତର ମନେ ପଡୁ ନାହିଁ ବୋଲି କହିଥିଲେ । ଅନନ୍ୟାଙ୍କ ଆଉ ଏକ ଚାଟ୍‌ରେ ଆର୍ଯ୍ୟନ୍‌ କହିଥିଲେ କି ସେ ପ୍ରଥମେ ଗଞ୍ଜେଇ ଟ୍ରାଏ କରିଛନ୍ତି । ପୁଣି ଥରେ ଟ୍ରାଏ କରିବାକୁ ବି ଚାହୁଁଛନ୍ତି ।

ଅନ୍ୟପଟେ ଏନସିବିର ଏକ ଯାଞ୍ଚରୁ ପ୍ରମାଣ ମିଳିଛି ଯେ ଆର୍ଯ୍ୟନ ଅନନ୍ୟାଙ୍କୁ ଗଞ୍ଜେଇ ଆଣିବାକୁ କହିଥିଲେ, ଯେଉଁଥିରେ ଅନନ୍ୟା କହିଥିଲେ ଯେ ସେ ଏହାର ବ୍ୟବସ୍ଥା କରିବେ। ଅନନ୍ୟାଙ୍କୁ ଏହି ପଚରାଉଚରା ବେଳେ ଏନସିବି ତାଙ୍କୁ ଆର୍ଯ୍ୟନ ଖାନଙ୍କ ସହ ଏହି ଚାଟ୍ ଦେଖାଇଥିଲା କିନ୍ତୁ ଅନନ୍ୟା କହିଥିଲେ ଯେ ସେ ଆର୍ଯ୍ୟନଙ୍କ ସହ ଥଟ୍ଟା କରିଥିଲେ । ହେଲେ ଏହା ମଧ୍ୟ କୁହାଯାଉଛି ଯେ ଚାଟରେ ଗଞ୍ଜେଇ ବ୍ୟବସ୍ଥା କରିବା ବିଷୟରେ ନିଶ୍ଚିତ ଭାବେ ଆଲୋଚନା ହୋଇଛି, କିନ୍ତୁ ଏହାର କୌଣସି ପ୍ରମାଣ ମିଳିନାହିଁ ଯେ ସେ ଆର୍ଯ୍ୟନଙ୍କ ପାଇଁ ଏହି ବ୍ୟବସ୍ଥା କରିବାରେ ସଫଳ ହୋଇଥିଲେ କି ନାହିଁ।

   Related Posts