ଜେଲରେ ରହିବେ ଅଭିନେତା ଅରମାନ କୋହଲି, ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କଲେ ଏନଡିପିଏସ କୋର୍ଟ

Published By : Prameya-News7 Bureau | October 15, 2021 IST

ନୂଆଦିଲ୍ଲୀ ୧୫/୧୦: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ ଅଭିନେତା ଅରମାନ କୋହଲିଙ୍କ ଜାମିନ ଆବେଦନକୁ ଗୁରୁବାର ଏନଡିପିଏସ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ମାମଲାରେ ଅରମାନ କୋହଲିଙ୍କ ସହ ଗିରଫ ହୋଇଥିବା ଆଉ ଦୁଇ ଜଣ ମଧ୍ୟ ଜାମିନ ପାଇନାହାଁନ୍ତି। ବାସ୍ତବରେ, ଅରମାନ କୋହଲିଙ୍କ ଜୁହୁ ଘରୁ ଚଢାଉ ସମୟରେ ଏନସିବି କିଛି ପରିମାଣର ଡ୍ରଗ୍ ଜବତ କରିଥିଲା। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା।

wp:html /wp:html

ଏହି ମାମଲାରେ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା, ଯାହାପରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୂଚନା ଅନୁଯାୟୀ, ଅଗଷ୍ଟ ୨୮ ରେ, ହାଜି ଅଲି ନିକଟରେ ଚଢାଉ ସମୟରେ ଜଣେ ବଡ ଡ୍ରଗ୍ସ ବ୍ୟବସାୟୀ ଅଜୟ ରାଜୁ ସିଂଙ୍କୁ ଏନସିବି ଧରିଥିଲା। ଏହି ସମୟରେ ଅନୁସନ୍ଧାନକାରୀ ସଂସ୍ଥା ଅଜୟ ରାଜୁ ସିଂଙ୍କ ଠାରୁ ୨୫ ଗ୍ରାମ ଏମଡି ଉଦ୍ଧାର କରିଥିଲା। ଏହା ବ୍ୟତୀତ ସେ ୨୦୧୮ NNC ମୁମ୍ବାଇ ମାମଲାରେ ମଧ୍ୟ ଜଡିତ ଥିଲେ, ଯେଉଁଠାରୁ ବହୁ ପରିମାଣର ଡ୍ରଗ୍ସ ଉଦ୍ଧାର କରାଯାଇଥିଲା।

ଅଜୟ ଗିରଫ ହେବା ପରେ ପଚରାଉଚରା ବେଳେ ଅରମାନ କୋହଲିଙ୍କ ନାମ ଆସିଥିଲା। ଏହା ପରେ, ଏନସିବି ଅନୁସନ୍ଧାନରେ ଅଭିନେତା ଅରମାନ କୋହଲିଙ୍କ ଘରୁ ଡ୍ରଗ୍ସ ଜବତ କରାଯାଇଥିଲା ଏବଂ ପଚରାଉଚରା ପରେ ଅରମାନ କୋହଲିଙ୍କୁ ଗିରଫ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.