ବ୍ୟାକେରିରେ ଡ୍ରଗ୍ସ କାରବାର: କେକ୍ ଓ ପେଷ୍ଟ୍ରିରେ ଡ୍ରଗ୍ସ ମିଶାଇ ବିକ୍ରି କରୁଥିଲେ, ଏନସିବି ଚଢ଼ଉରେ ଖୁଲାସା

Published By : Prameya-News7 Bureau | June 13, 2021 IST

ମୁମ୍ବାଇ ୧୩/୦୬ : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇର ମାଲାଡ ଅଞ୍ଚଳରେ ଅବସ୍ଥିତ ଏକ ବ୍ୟାକେରି ଉପରେ ଚଢ଼ଉ କରିଛି । ଚଢ଼ଉ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଏଠାରେ କେକ୍ ଏବଂ ପେଷ୍ଟ୍ରିରେ ଡ୍ରଗ୍ସ ମିଶାଇ ବିକ୍ରି ହେଉଥିଲା । ପ୍ରଥମ ଥର ପାଇଁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଏକ ବ୍ୟାକେରିର ଡ୍ରଗ୍ସ ମାମଲାର ଖୁଲାସା ହୋଇଛି ।

ସୂଚନା ଆଧାରରେ ଏନସିବି ବେକେରୀ ଉପରେ ଚଢ଼ଉ କରିଥିଲା। ଏନସିବିକୁ ସୂଚନା ମିଳିଥିଲା ଯେ ବ୍ୟାକେରିରେ ଡ୍ରଗ୍ସ କାରବାର ହେଉଛି । ଚଢ଼ଉରେ ୧୬୦ ଗ୍ରାମ ଗଞ୍ଜେଇ ମଧ୍ୟ ଜବତ ହୋଇଛି । ଡ୍ରଗ୍ସ ମିଶାଇ ଏଠାରେ କେକ୍ ଏବଂ ପେଷ୍ଟ୍ରି ପ୍ରସ୍ତୁତ କରାଯାଇଥିଲା । ବର୍ତ୍ତମାନ ଏନସିବି ଯାଞ୍ଚ କରୁଛି ଯେ ଏହା କେବେଠାରୁ ଏଠାରେ ଚାଲିଥିଲା, ବ୍ୟାକେରିର ଗ୍ରାହକ କିଏ ଏବଂ ଏହି ଯୋଜନାର ମାଷ୍ଟରମାଇଣ୍ଡ କିଏ । ମାମଲାରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.