ରୁଷି ଭ୍ୟାକସିନକୁ ନେଇ ଦୁନିଆ ଆଶାବାଦୀ, ଭାରତରେ ସ୍ପୁଟୋନିକ-ଭିର ବଡ ଧରଣର ପରୀକ୍ଷଣକୁ ମିଳିଲା ମଞ୍ଜୁରୀ

Published By : Prameya-News7 Bureau | October 17, 2020 IST

ନୂଆଦିଲ୍ଲୀ ୧୭।୧୦: ଭାରତ ଦେଶରେ ରୁଷର କରୋନା ଭ୍ୟାକସିନ ସ୍ପୁଟୋନିକ-ଭିର ବଡ ଧରଣର ଅଧ୍ୟୟନ ପାଇଁ ପରୀକ୍ଷଣକୁ ଅନୁମତି ଦେଇଛି। ଡଃ. ରେଡ୍ଡୀ ଲାବୋଟରିଜ ଲିମିଟେଡ୍‌ ଦେଶରେ ରୁଷି ଭ୍ୟାକସିନର ପରୀକ୍ଷଣ କରିବାକୁ ଯାଉଛି। ଦେଶରେ ଭ୍ୟାକସିନର ପରୀକ୍ଷଣ କରିବାକୁ ଡଃ. ରେଡ୍ଡୀ ଲାବୋଟରିଜ ଲିମିଟେଡ୍‌ର ପ୍ରସ୍ତାବକୁ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ(CDSCO) ସ୍ଵୀକାର କରି ନେଇଛି। ରୁଷ ଛୋଟ ଧରଣର ପରୀକ୍ଷଣ ପରେ ଟୀକାକୁ ମଞ୍ଜୁରୀ ଦେଇଥିଲା। ଫଳରେ କରୋନା ଭ୍ୟାକସିନ ସ୍ପୁଟୋନିକ-ଭିର ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା। ଏହି କାରଣରୁ ଡ. ରେଡ୍ଡୀଙ୍କୁ ଭାରତରେ ବଡ ପରିମାଣରେ ଏହାର ପରୀକ୍ଷଣ କରିବାକୁ ଅନୁମତି ଦିଆଯାଇନଥିଲା।

ଡ. ରେଡ୍ଡିଜ ଓ ରୁଷି ନିର୍ଦ୍ଦେଶକ ଇନଭେଷ୍ଟମେଣ୍ଟ ଫଣ୍ଡ(ଆରଡିଆଇଏଫ) ଦ୍ଵାରା ଜାରି ଏକ ମିଳିତ ବିଜ୍ଞପ୍ତିରେ କୁହାଯାଇଛି, ଏହା ଏକ ବହୁ କେନ୍ଦ୍ର ଓ ନିୟନ୍ତ୍ରିତ ଅଧ୍ୟୟନ ହେବ। ଏଥିରେ ସୁରକ୍ଷା ଓ ପ୍ରତିରକ୍ଷାତ୍ମକ ଅଧ୍ୟୟନ ସାମିଲ। କାରଣ ରୁଷରେ ଏକ ଟୀକା ଭାବେ ପଞ୍ଜୀକୃତ ହେବା ପୂର୍ବରୁ ସ୍ପୁଟୋନିକ-ଭିର ପରୀକ୍ଷଣ ବହୁତ କମ ଲୋକଙ୍କ ଉପରେ କରାଯାଇଥିଲା। ଏଥିପାଇଁ ଡିସିଜିଆଇ ଡ. ରେଡ୍ଡୀଙ୍କ ଭାରତରେ ବଡ ଜନସଂଖ୍ୟା ମଧ୍ୟରେ ଭ୍ୟାକିସନର ପ୍ରାରମ୍ଭିକ ପରୀକ୍ଷା ଉପରେ ପ୍ରଶ୍ନ ଉଠାଇଥିଲା। ବର୍ତ୍ତମାନ ସ୍ପୁଟୋନିକ-ଭିର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ  ୪୦ ହଜାର ଲୋକଙ୍କୁ ସାମିଲ କରାଯାଇଛି।

ସେପ୍ଟେମ୍ବର ମାସରେ ଡକ୍ଟର ରେଡ୍ଡୀ ଓ ଆରଡିଆଇଏଫ ସ୍ପୁଟୋନିକ-ଭିର କ୍ଲିନିକାଲ ଟ୍ରାଏଲ ଓ ଭାରତରେ ଏହି ଭ୍ୟାକସିନର ବିତରଣକୁ ନେଇ ଭାଗିଦାରୀ କରିଥିଲେ। ଭାଗିଦାରୀ ଆଧାରରେ ଭାରତକୁ ସ୍ପୁଟୋନିକର ୧୦ କୋଟି ଟୀକା ଯୋଗାଇ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.