Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଗୌତମ ଗମ୍ଭୀରଙ୍କ ଫାଉଣ୍ଡେସନ୍‌ ଉପରେ ଅଭିଯୋଗ ଆଣିଲେ ଡ୍ରଗ କଣ୍ଟ୍ରୋଲର, ଏହି ଅପରାଧ ସହ ଜଡ଼ିତ

3/06/2021 at 5:39 PM

ନୂଆଦିଲ୍ଲୀ, ୦୩/୦୬: ଓୌଷଧ ଏବଂ ଅକ୍ସିଜେନ୍ ସିଲିଣ୍ଡର୍‌ ଅଧିକ ପରିମାଣରେ ଜମା କରି ରଖିବା ମାମଲାରେ ଦିଲ୍ଲୀ ହାଇକୋର୍ଟ କଠୋର ନୀତି ଆପଣେଇଛନ୍ତି । ଏହି ସମୟରେ ପୂର୍ବତନ କ୍ରିକେଟର୍‌ ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଫାଉଣ୍ଡେସନ୍‌କୁ ଡ୍ରଗ୍‌ କଣ୍ଟ୍ରୋଲର୍‌ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ଡ୍ରଗ କଣ୍ଟ୍ରୋଲର୍ ପକ୍ଷରୁ କୋର୍ଟକୁ କୁହାଯାଇଛି ଯେ, ୨,୩୪୯ ଷ୍ଟ୍ରିପ୍ସ୍‌ ଫେଭିଫ୍ଲ୍ୟୁ ଗୌତମ ଗମ୍ଭୀର ଫାଉଣ୍ଡେସନ୍‌ ଦ୍ୱାରା କିଣା ଯାଇଛି । ମାମଲାର ଶୁଣାଣି ବେଳେ କଣ୍ଟ୍ରୋଲର୍‌ କହିଛି ଯେ, ଏହି ମାମଲାରେ ଗୌତମ ଗମ୍ଭୀରଙ୍କ ଫାଉଣ୍ଡେସନ୍‌କୁ ଏନେଇ ନୋଟିସ୍‌ ଜାରି କରିଥିଲା । ଏଥିରେ ତାଙ୍କୁ ପଚରାଯାଇଥିଲା ଯେ, ଏହି ଔଷଧ ସେ କାହାଠାରୁ କିଣିଛନ୍ତି ଏବଂ କିଣିବା ପାଇଁ ସେ କେଉଁ ଅଥୋରିଟିଙ୍କ ଠାରୁ ଅନୁମତି ଆଣିଛନ୍ତି ।

ଡ୍ରଗ କଣ୍ଟ୍ରୋଲର୍‌ଙ୍କ ଓକିଲ ଏ ନେଇ କହିଛନ୍ତି ଯେ, ଗମ୍ଭୀର ଫାଉଣ୍ଡେସନ୍ ୧୨୦ଟି ଅକ୍ସିଜେନ୍‌ ସିଲିଣ୍ଡର୍‌ କିଣିଛନ୍ତି । ପରେ ଅଧିକୃତ ଡିଲର୍‌ ଦ୍ୱାରା ପୁଣି ଥରେ ଭର୍ତ୍ତି କରି ବିଭିନ୍ନ ଲୋକଙ୍କୁ ବଣ୍ଟାଯାଇଛି । ମାଗଣାରେ ୧,୧୩୯ ଜଣ ଲୋକଙ୍କୁ ଏହି ଔଷଧ ଦିଆଯାଇଛି । ଡ୍ରଗ୍‌ ଏବଂ କସ୍‌ମେଟିକ୍‌ ଆକ୍ଟ ଅନୁସାରେ ଅଧିକ ଔଷଧ ଜମା କରି ରଖାଯାଇଛି । ତେଣୁ ଏହା ଅପରାଧ ବୋଲି ଡ୍ରଗ୍‌ କଣ୍ଟ୍ରୋଲର କହିଛନ୍ତି ।   

   Related Posts