Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ପ୍ଲାଜମା ଥେରାପୀର କ୍ଲିନିକାଲ ଟେଷ୍ଟ୍ ପାଇଁ ମିଳିଲା ମଞ୍ଜୁରି, କରୋନା ସଂକ୍ରମିତଙ୍କ ଚିକିତ୍ସାରେ ହେବ ପ୍ରୟୋଗ

18/04/2020 at 3:15 PM

ନୂଆଦିଲ୍ଲୀ, ୧୮|୦୪:  କରୋନା ଭାଇରସକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହାର ଭାକସିନ୍ ଓ ଔଷଧ ପ୍ରସ୍ତୁତି ପାଇଁ ଅନେକ ଲ୍ୟାବ୍ ଓ ସଂସ୍ଥା ଦିନ ରାତି ଲାଗିପଡିଛନ୍ତି । ଏହା ମଧ୍ୟରେ ସେଣ୍ଟ୍ରାଲ୍ ଡ୍ରଗ୍ ରେଗୁଲେଟର ପ୍ଲାଜମା ଥେରାପୀର କ୍ଲିନିକାଲ ପରୀକ୍ଷଣ ନେଇ ଆଇସିଏମଆରର ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛି । ଏହାକୁ କରୋନା ସଂକ୍ରମିତଙ୍କଠାରେ ପ୍ରୟୋଗ ନେଇ ମଧ୍ୟ ଆଇସିଏମଆର ପ୍ରସ୍ତାବ ଦେଇଥିଲା । ଏବେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ ଅଫ୍ ଇଣ୍ଡିଆ ଆଇସିଏମଆରର ପ୍ରସ୍ତାବ ଅନୁସାରେ କିଛି ଇନଷ୍ଟିଚ୍ୟୁଟକୁ ପରୀକ୍ଷଣ ପାଇଁ କହିଛନ୍ତି ।

ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ କହିଛନ୍ତି ଯେ, ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଇସିଏମଆରର ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହି ପ୍ରସ୍ତାବକୁ ଏପ୍ରିଲ ୧୩ ତାରିଖରେ ବିଶେଷଜ୍ଞ କମିଟି ଅନୁଧ୍ୟାନ କରିଥିଲା । କରୋନା ସ୍ଥିତିକୁ ନଜରରେ ରଖି କମିଟି ଏହି ପ୍ରସ୍ତାବରେ ସହମତି ପ୍ରକାଶ କରିଛି । ଏହି ପ୍ଲାଜମା ଥେରାପୀର କ୍ଲିନିକାଲ ଟେଷ୍ଟ୍ ପାଇଁ ଅନୁମତି ପ୍ରଦାନ କରାଯାଇଛି ।

ଏହି ଥେରାପୀରେ କରୋନା ଭାଇରସରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରକ୍ତକୁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବ୍ୟବହାର କରାଯିବ । ଏହା ସଂକ୍ରମିତଙ୍କଠାରେ ପ୍ରୟୋଗ କରାଯାଇ କରୋନା ଭାଇରସକୁ ନିପାତ କରିବାରେ ସହାୟକ ହେବ ବୋଲି ରିପୋର୍ଟ ମିଳିଛି ।

ସୂଚନାଯୋଗ୍ୟ, ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪ହଜାର ଅତିକ୍ରମ କରିଥିବା ବେଳେ ମୃତ୍ୟୁସଂଖ୍ୟା ୪୮୦ରେ ପହଁଚିଛି ।

   Related Posts