କଳାବଜାରୀ ବନ୍ଧା ହେବେ, ଚଢ଼ା ଦରରେ ମାସ୍କ ଓ ସାନିଟାଇଜର ବିକୁଥିବା ବ୍ୟବସାୟୀଙ୍କ ଉପରେ ଡ୍ରଗ୍ସ କଣ୍ଟ୍ରୋଲର-ଯୋଗାଣ ବିଭାଗ ଓ ପୋଲିସ୍‌ର ମିଳିତ ଚଢ଼ାଉ

Published By : Prameya-News7 Bureau | March 16, 2020 IST

ଭୁବନେଶ୍ବର୧୬/୩: ମାସ୍କ ଓ ସାନିଟାଇଜରର କଳାବଜାରୀଙ୍କ ଉପରେ ଲାଗିବ ଲଗାମ। ଡ୍ରଗ୍ସ କଣ୍ଟ୍ରୋଲର ଓ ଯୋଗାଣ ବିଭାଗ ସହିତ ପୋଲିସ ମିଳିତ ଭାବେ ଆରମ୍ଭ କଲେଣି ଚଢାଉ। ବିଭିନ୍ନ ସ୍ଥାନରେ ମାସ୍କ ଓ ସାନିଟାଇଜର ଚଢା ଦରରେ ବିକ୍ରୀ ହେଉଥିବା ଅଭିଯୋଗ ହେଉଥିବା ବେଳେ ଆଉ କେତେକ ସ୍ଥାନରେ ସେ ସବୁ ମିଳୁନଥିବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତାକୁ ଆଖିରେ ରଖି ବିଭିନ୍ନ ସ୍ଥାନରେ ଚଢାଉ ଜୋରଦାର ହୋଇଛି ।

{"id":239383,"sizeSlug":"large"}

ଆଉ ମେଡିସିନ ଷ୍ଟୋରରେ ମାସ୍କ ଓ ସାନିଟାଇଜରର ଅଭାବ ହେବନି। ମାସ୍କ ଓ ସାନିଟାଇଜର ନପାଇ ଲୋକେ ନିରାଶ ହୋଇ ଔଷଧ ଦୋକାନରୁ ଫେରୁଥିବା ନେଇ ଚାରିଆଢେ ଚର୍ଚା ହେବାପରେ ଏବେ ସରକାର ଆସିଛନ୍ତି ଆକ୍ସନ ମୋଡକୁ। ଯେଉଁ ସ୍ଥାନରେମାକ୍ସ ଓ ସାନିଟାଇଜର ହୋଡିଙ୍ଗ ହେଉଛି ବୋଲି ଅଭିଯୋଗ ଆସୁଛି ସେଠି ତୁରନ୍ତ ପହଁଚୁଛି ପ୍ରଶାସନ। ମାସ୍କର ଅଭାବ ଓ କଳାବଜାରୀକୁ ଦେଖି ଏବେ ଯୋଗାଣ ବିଭାଗ ଓ ଡ୍ରଗ୍ସ କଣ୍ଟ୍ରୋଲର ତନାଘନା ଆରମ୍ଭ କରିଛନ୍ତି।

{"id":239384,"sizeSlug":"large"}

ସବୁ ଜିଲ୍ଲାର ଡ୍ରଗ୍ସ ଓ ସପ୍ଲାଇ ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି କଳାବଜାରୀଙ୍କ ଉପରେ ନଜର ରଖିବାକୁ। ଅନେକ ସ୍ଥାନରେ ଧରପଗଡ ମଧ୍ୟ ଆରମ୍ଭ ହୋଇଛି । ବିଭିନ୍ନ ମେଡିସିନ ଷ୍ଟୋର ମହଜୁଦ ରଖିଥିବା ମାସ୍କ ଓ ସାନିଟାଇଜର ଲୋକଙ୍କୁ ଉଚିତ ମୁଲ୍ୟରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ଚଢା ଦାମରେ ମାସ୍କ ଓ ସାନିଟାଇଜର ବିକୁଥିବେ ତୁରନ୍ତ ପୋଲିସକୁ ଜଣାଇବାକୁ କମିଶନେରେଟ ପୋଲିସ ପକ୍ଷରୁ କୁହାଯାଇଛି।

{"id":239385,"sizeSlug":"large"}

ମାସ୍କ ଓ ସାନିଟାଇଜରର ଏବେ ପ୍ରବଳ ଡିମାଣ୍ଡ । ଔଷଧ ଦୋକାନରେ ସପ୍ଲାଇ ନାହିଁ, ଡିମାଣ୍ଡ ଅଧିକ ବୋଲି କହୁଛନ୍ତି ମେଡିଶିନ ଦୋକାନୀ । ସେମାନେ ଏମଆରପି ରେଟରେ ମାସ୍କ ଓ ସାନିଟାଇଜର ବିକ୍ରୀ କରୁଥିବା କହୁଛନ୍ତି । ଯେହେତୁ ଏବେ କରୋନା ଆତଙ୍କ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ସେଥିପାଇଁ ଆଗୁଆ ସତର୍କତା ସ୍ବରୂପ ମାକ୍ସ ଓ ସାନିଟାଇଜର ଲୋକମାନେ କିଣିବାକୁ ବାଧ୍ୟ ହେଉଛନ୍ତି।

{"id":239386,"sizeSlug":"large"}

ଯେତେବେଳେ ଲୋକେ କରୋନ ଭାଇରସରୁ ନିଜକୁ ରକ୍ଷା କରିବା ପାଇଁ ମାସ୍କ ଓ ସାନିଟାଇଜର ଭଳି ଅତି ଜରୁରୀ ଜିନିଷର ଆବଶ୍ୟକତା ଉପଲବ୍ଧି କରୁଛନ୍ତି , ସେତେବେଳେ ସବୁ ମେଡିସିନ ଷ୍ଟୋରରେ ପର୍ଯ୍ୟାପ୍ତ ଭାବେ ଏସବୁ ଷ୍ଟକ ରହିବା ଜରୁରୀ । ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ଓ ଯୋଗାଣ ବିଭାଗ ସମନନ୍ବୟ ରଖି ଲୋକଙ୍କୁ ସେବା ଯୋଗାଇବାର ଆବଶ୍ୟକତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.