ଡ୍ରଗ୍ସ ହବ୍‌ ପାଲଟିଛି ମାୟାନଗରୀ : ଏନସିବିର ଚଢ଼ାଉ, ଧରା ପଡିବା ଭୟରେ କୋକେନ୍ ଗିଳିଦେଲେ ବିଦେଶୀ ନାଗରିକ

Published By : Prameya-News7 Bureau | January 14, 2021 IST

ନୂଆଦିଲ୍ଲୀ ୧୪/୦୧ : ଡ୍ରଗ୍ସ ଲିଙ୍କ୍ ମାମଲାରେ ଏନସିବି ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ଗତକାଲି ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକଙ୍କ ଜ୍ବାଇଁ ସମୀର ଖାନଙ୍କୁ ଗିରଫ କରିଥିଲା । ଏହି ଗିରଫଦାରୀ ପରେ ଏନସିବିର କେତେ ଗୁଡିଏ ଟିମ ବିଭିନ୍ନ ଜାଗାରେ ଚଢ଼ାଉ କରିଛି ।

ଏକ ଫାଇଭ୍ ଷ୍ଟାର ହୋଟେଲ ରେ ଏନସିବି ଚଢ଼ାଉ କରି ଜଣେ ବିଦେଶୀ ନାଗରିକଙ୍କୁ ହେପାଜତକୁ ନେଇଛି । ଯେତେବେଳେ ବ୍ୟକ୍ତି ଜଣକଙ୍କୁ ଗିରଫ କରାଯାଇଥିଲା , ସେ ଏକ ପାଉଡର ଭଳି ପଦାର୍ଥ କୁ ଗିଳି ପକାଇଥିଲେ, ଯେଉଁ ଥିରେ କୋକେନ୍ ଥିବା ସନ୍ଦେହ କରାଯାଉଛି । ଏହି ବିଦେଶୀ ନାଗରିକ ଙ୍କ ବିଷୟରେ କିଙ୍ଗପିନ୍ କରନ ସଜନାନୀଙ୍କୁ ପଚାର ଉଚରା ଦ୍ୱାରା ଜଣାଯାଇଥିଲା ।   

wp:gallery {"ids":[392189],"linkTo":"none"} /wp:gallery

ସମୀର ଖାନଙ୍କୁ ବୁଧବାର ଦିନ ଏନସିବି ପଚରାଉଚରା ପାଇଁ ଡାକିଥିଲା । ଦୀର୍ଘ ସମୟ ଧରି ପଚରା ଉଚରା ପରେ ସମୀର ଖାନଙ୍କୁ ଗିରଫ କରାଯାଇଥିଲା । ସମୀରଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର କରି ଏନସିବି ଉତ୍ତରପ୍ରଦେଶର ରାମପୁର ରେ ଚଢ଼ାଉ କରିଛି । ଏନସିବି ସମୀର ଖାନଙ୍କ ଡ୍ରଗ୍ସ  ଲିଙ୍କ୍ ଛାନଭିନ୍ କରୁଛି । ଡ୍ରଗ୍ସ ମାମଲାରେ କିଙ୍ଗପିନ୍‌ଙ୍କ ସହ ସମ୍ବନ୍ଧ ଥିବା ସନ୍ଦେହ କରାଯାଉଛି । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ।

ଏନସିବି ମୁମ୍ବାଇର ଜୋନାଲ ଡ଼ାଇରେକ୍ଟର ସମୀର ବାନଖେଡେଙ୍କ ଅନୁସାରେ ,କରନ ସଜନାନୀ ଙ୍କ ଘରୁ ଗଂଜେଇ ଜବତ କରାଯାଇଥିଲା । କରନ ସଜନାନୀ , ରାହିଲା ଫର୍ନିଚରୱାଲା ,ସାଇସ୍ତା ଫର୍ନିଚରୱାଲା ଏବଂ ରାମ କୁମାର ତିୱାରୀଙ୍କୁ ଏନଡିପିଏସ ଆକ୍ଟ ଙ୍କ ତତ୍ତ୍ବାବଧାନରେ ଗିରଫ କରାଯାଇ ଅଦାଲତ ରେ ହାଜର କରାଯାଇଛି ।

ଏନସିବି ମୁମ୍ବାଇର ଜୋନାଲ ଡ଼ାଇରେକ୍ଟର ସମୀର ବାନଖେଡେ କହିଛନ୍ତି , ଏନସିବି ଟିମର ଯାଞ୍ଚ ବେଳେ ସମୀର ଖାନଙ୍କ ନାମ ଆସିଥିଲା , ପଚାର ଉଚରା ପାଇଁ ତାଙ୍କୁ ଆଜି ଡକାଯାଇଥିଲା । ପରେ ତାଙ୍କୁ ଗିରଫ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.