ଏନସିବି କାର୍ଯ୍ୟାଳୟ ଅଭିମୁଖେ ବାହାରିଲେ ରକୁଲପ୍ରୀତ, ଡ୍ରଗ୍ସ ଲିଙ୍କ୍ ନେଇ ହେବ ପଚରାଉଚରା

Published By : Prameya-News7 Bureau | September 25, 2020 IST

ମୁମ୍ବାଇ ୨୫।୯: ବଲିଉଡର ବଡ ବଡ ଅଭିନେତ୍ରୀ ଏବେ ଡ୍ରଗ୍ ଲିଙ୍କ୍ ମାମଲାରେ ଫସିଛନ୍ତି । ଏହି ମାମମଲାରେ ଏନସିବି ସାରା ଅଲ୍ଲୀ ଖାନ, ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ରକୁଲପ୍ରୀତ ସିଂଙ୍କୁ ସମନ ଜାରି କରି ପଚରାଉଚରା ଡକାଇଛି । ଆଜି ଏନସିବି ଡ୍ରଗ୍ସ ଲିଙ୍କ୍ କୁ ନେଇ ରକୁଲପ୍ରୀତ ସିଂଙ୍କୁ ପଚରାଉଚରା କରିବ ।

ଏହାସହ ଏନସିବି ଦୀପିକା ପାଦୁକୋନ ଏବଂ କ୍ୟାନ୍ ଟାଲେଣ୍ଟ ଏଜେନ୍ସିର ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ପଚରାଉଚରା ପାଇଁ ଡାକିଛନ୍ତି । ଦୀପିକା ପାଦୁକୋନଙ୍କ ସହ କରିସ୍ମା ପ୍ରକାଶଙ୍କ ଡ୍ରଗ୍ସ ଚାଟ୍ ସାମ୍ନାକୁ ଆସିଥିଲା । ଯେଉଁଥିରେ କରିସ୍ମା ଦୀପିକା ପାଦୁକୋନଙ୍କୁ ହ୍ୟାଶ ଦେବା ବିଷୟରେ କହୁଥିଲେ ।

ଅଭିନେତ୍ରୀ ରକୁଲପ୍ରୀତ ଏନସିବି କାର୍ଯ୍ୟାଳୟ ଅଭିମୁଖେ ଘରୁ ବାହାରିସାରିଛନ୍ତି । ଡ୍ରଗ୍ସ ଲିଙ୍କ୍ ମାମଲାରେ ଏନସିବି ଟିମ୍ ଆଜି ରକୁଲଙ୍କୁ ପଚରାଉଚରା କରିବ । ଏନସିବି ଯାଞ୍ଚ ବେଳେ ରକୁଲଙ୍କ ନାଁ ରିୟା ନେଇଥିଲେ । ରକୁଲପ୍ରୀତ ଗୁରୁବାର ହାଇଦ୍ରାବାଦରୁ ମୁମ୍ବାଇ ଆସିଥିଲେ ।

ଅନ୍ୟପଟେ ମୁମ୍ବାଇର ୩ଟି ସ୍ଥାନରେ ଏନସିବିର ଚଢାଉ ଜାରି ରହିଛି । ଆନ୍ଧେରି ଏବଂ ପୱଇ ଅଞ୍ଚଳରେ ଏନସିବି ଚଢାଉ ଜାରି ରହିଛି । ସନମ ଏବଂ ଅବିଗେଲଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏନସିବି ଚଢାଉ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.