ଶେଷ ହେଉଛି ଆର୍ଯ୍ୟନ୍‌ଙ୍କ ରିମାଣ୍ଡ ଅବଧି : କୋର୍ଟରେ ଆଜି ଜାମିନ୍‌ ଆବେଦନ ଶୁଣାଣି

Published By : Prameya-News7 Bureau | October 07, 2021 IST

ମୁମ୍ବାଇ ୦୭/୧୦ : ମୁମ୍ବାଇର ଏକ କ୍ରୁଜରେ ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ଆର୍ଯ୍ୟନଙ୍କ ସମେତ ଅନ୍ୟ ଦୁଇଜଣ ମଧ୍ୟ ଏନସିବି ହେପାଜତରେ ଅଛନ୍ତି। ତାଙ୍କର ଆଜି ରିମାଣ୍ଡ ଅବଧି ଶେଷ ହୋଇଛି। ଏଭଳି ପରିସ୍ଥିତିରେ ଆର୍ଯ୍ୟନ ଖାନଙ୍କୁ ମୁମ୍ବାଇର ଏକ କୋର୍ଟରେ ହାଜର କରାଯିବ। ଅକ୍ଟୋବର ୨ ତାରିଖରେ ବିଳମ୍ବିତ ରାତିରେ ଏନସିବି ଏହି କ୍ରୁଜ୍ ଉପରେ ଚଢାଉ କରିଥିଲା, ପରେ ୮ ଜଣଙ୍କୁ ଗିରଫ କରିଥିଲା। ଅନେକ ଘଣ୍ଟା ଧରି ପଚରାଉଚରା ପରେ ଆର୍ଯ୍ୟନଙ୍କ ସମେତ ତିନି ଜଣଙ୍କୁ ଏନସିବି ଗିରଫ କରିଥିଲା।

 ଏନେଇ ଆର୍ଯ୍ୟନ ଖାନଙ୍କ ଓକିଲ ପୁଣି ଜାମିନ ଆବେଦନ କରିବେ। ଅକ୍ଟୋବର ୪ରେ ହୋଇଥିବା ଶୁଣାଣି ସମୟରେ ଏନସିବି କୋର୍ଟଙ୍କୁ କହିଥିଲେ ଯେ ଆର୍ଯ୍ୟନ୍ କୋଡୱାର୍ଡରେ ହ୍ବାଟସ୍‌ଆପ୍‌ରେ ଚାଟ୍ କରୁଥିଲେ ଏବଂ ଏହାକୁ ଡିକୋଡ୍ କରିବା ପାଇଁ ହେପାଜତ ଆବଶ୍ୟକ। ଅନେକ ଚାଟ୍ ଦର୍ଶାଉଛି ଯେ ଡିଲରମାନଙ୍କ ସହିତ ସେମାନଙ୍କର ସଂଯୋଗ ରହିଛି । ଚାଟରୁ ଏହା ସ୍ପଷ୍ଟ ହୋଇଛି ଯେ ଏହା ଏକ ନକ୍ସସ୍ ଏବଂ ଆନ୍ତର୍ଜାତୀୟ କାରବାର ମଧ୍ୟ ହୋଇଛି। ପଇସାର ଟ୍ରାଞ୍ଜାକ୍ସସନ୍ ହୋଇଛି ଓ ଅଭିଯୁକ୍ତମାନେ ପେଡଲର୍ସଙ୍କ ସହ ମଧ୍ୟ କଥାବାର୍ତ୍ତା କରିବାକୁ କୋଡ୍ ଶବ୍ଦ ବ୍ୟବହାର କରିଛନ୍ତି । ଏନେଇ ରିମାଣ୍ଡରେ ଅଭିଯୁକ୍ତଙ୍କୁ ମୁହାଁମୁହିଁ ପଚରାଉଚରା କରାଯିବା ଆବଶ୍ୟକ।

ଅନ୍ୟପକ୍ଷରେ ଆର୍ଯ୍ୟନଙ୍କ ଓକିଲ ସତୀଶ ମାନସିନ୍ଦେ କହିଛନ୍ତି, 'ତାଙ୍କୁ ଏକ ସ୍ବତନ୍ତ୍ର ଅତିଥି ଭାବେ ଡକାଯାଇଥିଲା ଏବଂ ସେ ତାଙ୍କ ସାଙ୍ଗ ସହିତ ସେଠାକୁ ଯାଇଥିଲେ । କ୍ରୁଜ୍ ଯିବା ପାଇଁ ଗୋଟିଏ ପଇସା ମଧ୍ୟ ଦିଆ ହୋଇନାହିଁ  କି ସେମାନେ କୌଣସି ଆୟୋଜକଙ୍କୁ ଜାଣନ୍ତି ନାହିଁ । ସେ କେବଳ ଅରବାଜ ମର୍ଚାଣ୍ଟଙ୍କୁ ଜାଣିଛନ୍ତି, ଯାହଙ୍କ ପାଖରୁ ୬ ଗ୍ରାମର ଚରସ ଜବତ ହୋଇଥିଲା । ବର୍ତ୍ତମାନ ଦାବି ହେଉଛି ଯେ ସେ ଆନ୍ତର୍ଜାତୀୟ ଡ୍ରଗ୍ କାରବାର ସହ ଜଡିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.