Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

୨୦୧୬ କୋଟି ଟଙ୍କାର ବେଆଇନ୍‌ ସମ୍ପତ୍ତି ପାଇଁ ଜେଲ୍‌ ଯାଇଥିଲା ଡ୍ରଗ୍ସ ମାଫିଆ, ଅଧା ଜୀବନ କାଳ କୋଠରୀରେ ବିତାଇବା ପରେ…

3/11/2021 at 9:59 PM

ଲଣ୍ଡନ ୦୩/୧୧: ୨୫ ବର୍ଷ ପରେ ଜେଲରୁ ମୁକୁଳିବ ଅରବପତି ଡ୍ରଗ୍ସ ମାଫିଆ। ପୋଲିସ ପାଖରୁ ୧୯୮ ମିଲିୟନ ପାଉଣ୍ଡ (ପାଖାପାଖି ୨୦୧୬ କୋଟି ଟଙ୍କା)ର ବେଆଇନ୍‌ ସମ୍ପତ୍ତି ଲୁଚାଇ ଜେଲ୍‌ରେ ଥିଲା ଡ୍ରଗ୍ସ କିଙ୍ଗ କର୍ଟିସ୍‌ ଓ୍ବାରେନ୍‌। ୫୮ ବର୍ଷୀୟ ଓ୍ବାରେନ୍‌ ଜେଲ୍‌ରୁ ବାହାରିବା ପରେ ତା ପାଖରେ ଥିବା ଟଙ୍କା ଆଉ ଖର୍ଚ୍ଚ କରିପାରିବ ନାହିଁ । ଓ୍ବାରେନ୍‌ ‘କୋକି’ ନାଁରେ ପରିଚିତ ଥିଲା । ୧୯୮୦ରେ ନାଇଟ୍‌ କ୍ଲବ୍‌ରେ ଜଣେ ବାଉନ୍ସର ଭାବେ କାମ କରୁଥିବା କୋକି ୧୯୯୦ ବେଳକୁ ବଡ଼ ବଡ଼ ଅପରାଧ ଘଟାଇଥିଲା।

ଯୁଦ୍ଧାସ୍ତ୍ର ଚୋରି ପାଖରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରରେ ଡ୍ରଗ୍ସ କାରବାର ଆରମ୍ଭ କରିଥିଲା କୁଖ୍ୟାତ କୋକି । ୧୯୯୬ରେ ୧୨୫ ମିଲିୟନ ପାଉଣ୍ଡର ଡ୍ରଗ୍ସ କାରବାର ମାମଲାରେ ତାକୁ ୧୨ ବର୍ଷ ଜେଲ୍‌ ହୋଇଥିଲା। ଜେଲ୍‌ରେ ଜଣେ କଏଦୀକୁ ହତ୍ୟା କରିବା ପରେ ତାକୁ ପୁଣି ୪ ବର୍ଷ ଜେଲ୍‌ ହୋଇଥିଲା । ପରେ ସେ ୨୦୦୭ରେ ଜେଲ୍‌ରୁ ବାହାରିଥିଲା। ପରେ ପରେ ପୁଣି ଜର୍ସିରେ ଡ୍ରଗ୍ସ କାରବାର ପାଇଁ ୧୪ ବର୍ଷ ଜେଲକୁ ଯାଇଥିଲା କୋକି।

ନଭେମ୍ବରରେ ସେ ଜେଲରୁ ମୁକୁଳିବାକୁ ଥିବା ବେଳେ ତାକୁ ଏକ ଛୋଟ ଜେଲକୁ ପଠାଇ ଦିଆଯାଇଛି । ୨୦୦୭ରେ ଜେଲରୁ ମୁକୁଳିବାର ଗୋଟିଏ ଦିନ ପରେ କୋକି ଜର୍ସି ବିମାନବନ୍ଦରରେ ଡ୍ରଗ୍ସ ଡିଲ୍‌ ପାଇଁ ଧରାପଡ଼ିଥିଲା । ୧୯୮ ମିଲିୟନ୍‌ ପାଉଣ୍ଡ ଜରିମାନା ଦେବାକୁ ବିଫଳ ହେବା ପରେ ତାକୁ ପୁଣି ଥରେ ୧୦ ବର୍ଷ ପାଇଁ ଜେଲ୍‌ ଦଣ୍ଡ ମିଳିଥିଲା। ଏମିତି ଭାବେ କୋକି ଅତିକମ୍‌ରେ ୨୫ ବର୍ଷ ଜେଲ ଦଣ୍ଡ ଭୋଗିଛି।

ଜେଲ୍‌ରୁ ମୁକୁଳିବା ପରେ ସେ ବିଦେଶ ଯାତ୍ରା କରିପାରିବନି, ଫୋନ୍, ଗାଡ଼ି ଏବଂ ଇଣ୍ଟରନେଟ୍‌ ବ୍ୟବହାର କରିପାରିବ ନାହିଁ। ନ୍ୟୁ ବୋସଭେଲଡ୍‌ ଜେଲ୍‌ରେ ଜଣେ ତୁର୍କୀର କଏଦୀ କେମାଲ୍‌ ଗୁକଲୁକର ମୁଣ୍ଡକୁ ବାଡେଇ ହତ୍ୟା କରିଥିଲା କୋକି। ପରେ ତାକୁ ୪ ବର୍ଷ ଅଧିକ ଜେଲ୍‌ରେ ରହିବାକୁ ପଡ଼ିଥିଲା। ୨୦୦୭ରେ ଜେଲ୍‌ରୁ ବାହାରିବା ପରେ ତାକୁ ଲିଭରପୁଲ ପଠାଇ ଦିଆଯାଇଥିଲା।

   Related Posts