ଡାକ୍ତର ରେଡ୍ଡି’ସ୍ ଲ୍ୟାବ୍‌ରୁ ଡାଟା ଚୋରି: ସାରା ବିଶ୍ବରେ ଥିବା ସବୁ କାର୍ଯ୍ୟାଳୟ ବନ୍ଦ

Published By : Prameya-News7 Bureau | October 22, 2020 IST

ନୂଆଦିଲ୍ଲୀ ୨୨/୧୦: ବିଶ୍ବର ପ୍ରମୁଖ ଫାର୍ମା କମ୍ପାନି ଡାକ୍ତର ରେଡି’ସ ଲ୍ୟାବର ସମସ୍ତ ଅଫିସ ବନ୍ଦ କରାଯାଇଛି। ଅର୍ଥାତ ସାରା ବିଶ୍ବରେ ଥିବା ଏହାର ସମସ୍ତ ଅଫିସ​‌ରେ ଏବେ ତାଲା ଝୁଲିଛି। ଫାର୍ମା ମୁଖ୍ୟ ଡାକ୍ତର ରେଡ୍ଡି ଲାବ୍ରୋଟୋରିରେ ସର୍ଭରରୁ ଡାଟା ଲିକ ସୂଚନା ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। କମ୍ପାନିର କିଛି ସର୍ଭରର ଡାଟା ବାହାର ଲୋକେ ଆସସେସ କରିବା ଆଶଙ୍କାରେ ଏ ସବୁକୁ ବନ୍ଦ କରି ଦିଆଯାଇଛି।

ଭାରତରେ ଡ୍ରଗ୍ସ କଂଟ୍ରୋଲ ଜେନେରାଲ ଅନୁସାରେ ଭାରତରେ ରୁଷ ଭାକସିନର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲର ଅନୁମତି ମିଳିବା ପରେ କିଛି ଦିନ ପରେ ଡାଟା ଲିକ ମାମଲା ସାମ୍ନା ଆସିଛି। ଡାକ୍ତର ରେଡ୍ଡି’ସ ଓ ଆରଡିଆଇଏଫକୁ ଭାରତରେ ସ୍ପୁଟନିକ ଭି ଭାକସିନର କ୍ଲିନିକାଲ ପରୀକ୍ଷଣ ଅନୁମତି କିଛି ଦିନ ତଳେ ମିଳିଥିଲା।

ଏହା ପୂର୍ବରୁ ନଭେମ୍ବରରେ ଡାକ୍ତର ରେଡି ଓ ଆରଡିଆଇଏଫ ସ୍କୁଟନିକ ଭି ଟିକାର କ୍ଲିନିକାଲ ଟ୍ରାଏଲ ଓ ଭାରତରେ ଏହାର ବିତରଣକୁ ନେଇ ବୁଝାମଣା ହୋଇଥିଲା। ଯେଉଁଥିରେ କୁହାଯାଇ ଥିଲା ଆରଡିଆଇଏଫ ଭାରତରେ ଡାକ୍ତର ରେଡ୍ଡିଙ୍କୁ ବିନିୟାମକ ଅନୁମୋଦନ ଉପରେ ଭାକସିନର ୧୦୦ ମିଲିଅନ ଡୋଜ ଆପୂର୍ତି କରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.