ବୋଇତ ଭସାଣ ବେଳେ ନଦୀରେ ବୁଡିଯାଇ ଜଣେ ଯୁବକ ମୃୃତ

Published By : Prameya-News7 Bureau | November 12, 2019 IST

ରାୟଗଡା ୧୨।୧୧ : ରାୟଗଡା ଜିଲ୍ଲା ନାଗାବଳୀ ନଦୀରେ ବୋଇତ ଭସାଣ ବେଳେ ନଦୀରେ ବୁଡି ଯୁବକ ନିଖୋଜ ଅଘଟଣ  । ମାରିଗୁଡା ଗାଁ ନିକଟ ଘାଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

{"id":182729}

ସୂଚନାଯୋଗ୍ଯ ଯେ,  ନାଗାବଳୀ  ନଦୀରେ ବୋଇତ ବନ୍ଦାଣ ବେଳେ ପ୍ରଖର ନଦୀ ସ୍ରୋତରେ ବୁଡିଯାଇ ନିଖୋଜ ଥିଲେ ଯୁବକ ।  ଖବରପାଇ ଗୁମୁଡ଼ା ଅଗ୍ନିଶମ ବିଭାଗ  ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା , ପରେ ନିଖୋଜ ଥିବା ଯୁବକଙ୍କୁ ମାରିଗୁଡା ଗାଁ ନିକଟ ଘାଟରୁ ଉଦ୍ଧାର କରାଯାଇଛି । ମୃତକ  ଯୁବକ ସନ୍ତୋଷ ଜେନା ରାୟଗଡା ସରକାରୀ ପଲିଟେକନିକର ଛାତ୍ର ଭାବେ ପାଠ ପଢୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.