ପୋଖରୀରେ ଗାଧୋଉଥିଲେ, ପଦ୍ମନାଡରେ ଗୁଡାଇ ହୋଇଗଲା ଗୋଡ: ସ୍ତ୍ରୀ ଆଗରେ ବୁଡିଗଲେ ସ୍ୱାମୀ

Published By : Prameya-News7 Bureau | October 12, 2021 IST

ବରଗଡ ୧୨/୧୦ : ବରଗଡ଼ ଟାଉନ ଥାନା ତୁରା ଗ୍ରାମ ପ୍ରଧାନ ଟିକ୍ରା ଗାଁର ଦେବାନନ୍ଦ ସାହୁ ଓ ସ୍ତ୍ରୀ ମାନିତା ସାହୁ ସକାଳେ ଗାଧୋଇବା ପାଇଁ ରୁଗୁଡି ବନ୍ଧ ନାମକ ପୋଖରୀକୁ ଯାଇଥିଲେ । ଉଭୟେ ଗାଧୋଇବା ସମୟରେ ସ୍ୱାମୀ ଗୋଡ଼ ପଦ୍ମ ନାଡ଼ ରେ ଛନ୍ଦି ହୋଇ ପଙ୍କ ଭିତରେ ଦବି ଯାଇଥିଲା ।

wp:gallery {"ids":[525987],"linkTo":"none"} /wp:gallery

ଉଦ୍ଧାର କରିବାକୁ ଚିତ୍କାର କରିବାରୁ ସ୍ତ୍ରୀ ମାନିତା ବହୁ ଚେଷ୍ଟାକରି ମଧ୍ୟ ସ୍ୱାମୀଙ୍କୁ ଉଦ୍ଧାର କରି ପାରିନଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ସ୍ତ୍ରୀ ଆଖି ଆଗରେ ସ୍ୱାମୀ ପାଣିରେ ବୁଡିଯାଇଥିଲେ । ଖବର ପାଇ ଗାଁଲୋକେ ଦେବାନନ୍ଦ ଙ୍କୁ ଉଦ୍ଧାର କରି ପ୍ରଥମେ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ଡାକ୍ତର ଦେବାନନ୍ଦଙ୍କୁ ମୃତ ଘୋଷଣା କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.