Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||

IPL 2020: ୨ କ୍ୟାଚ୍ ଛାଡିଲେ, ମ୍ୟାଚ୍ ହାରିଲେ, ଏବେ ବିରାଟ କୋହଲିଙ୍କୁ ଆଉ ଏକ ଝଟକା, ଲାଗିଲା ୧୨ ଲକ୍ଷ ଜୋରିମାନା

25/09/2020 at 5:19 PM

ଦୁବାଇ ୨୫।୦୯: ଅଧିନାୟକ ବିରାଟ କୋହଲି କିଙ୍ଗ୍ସ ଇଲେଭେନ ପଞ୍ଜାବ ବିରୋଧରେ ଖେଳାଯାଇଥିବା ମ୍ୟାଚ୍‌ରେ ଦୁଇଟି କ୍ୟାଚ୍‌ ଛାଡିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ପରାଜୟର ପ୍ରମୁଖ କାରଣ ପାଲଟିଛି। ଏହା ପରେ ଏବେ କୋହଲିଙ୍କୁ ଆଉ ଏକ ଝଟକା ଲାଗିଛି। ତାଙ୍କ ଉପରେ ମନ୍ଥର ଗତିରେ ବୋଲିଂ କରିବା କାରଣରୁ ଜୋରିମାନା ଲାଗିଛି। ଆଇପିଏଲ ନିଜ ଟିପ୍ପଣୀରେ କହିଛି ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲିଙ୍କ ଉପରେ ତାଙ୍କ ଦଳ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିରୋଧରେ ମନ୍ଥର ବୋଲିଂ କାରଣରୁ ଜୋରିମାନା ଲାଗିଛି।

ବୟାନରେ କୁହାଯାଇଛି, ଆଇପିଏଲର ନିୟମ ଅନୁଯାୟୀ ଏହା ଓଭର ହାର ସମ୍ବନ୍ଧିତ ଟିମ୍‌ର ପ୍ରଥମ ମାମଲା। ଏଥିପାଇଁ କୋହଲିଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି। କୋହଲି ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୦୬ ରନ କରିଥିଲେ।

ପଞ୍ଜାବର ଅଧିନାୟକ ଲୋକେଶ ରାହୁଲ ଅପରାଜିତ ୧୩୨ ରନର ଧୂଆଁଧାର ଇନିଂସ ଖେଳିଥିଲେ। ପଞ୍ଜାବର ଇନିଂସ ଏକ ଘଣ୍ଟା ୫୦ ମିନିଟ୍‌ରୁ ଅଧିକ ସମୟ ଧରି ଚାଲିଥିଲା। ୨୦୭ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ  ବେଙ୍ଗାଲୁରୁ ୧୯ ଓଭରରେ ୧୦୯ ରନରେ ଅଲଆଉଟ୍ ହୋଇଥିଲା।

   Related Posts