Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ମଝିରାସ୍ତାରେ ମଦପିଇ ମାତାଲ୍‌ ହୋଇଗଲା ଆମ୍ବୁଲାନ୍ସ ଡ୍ରାଇଭର, କୋଭିଡ୍ ସଂକ୍ରମିତଙ୍କୁ ଜଙ୍ଗଲ ମଝିରେ ଛାଡ଼ି ଚାଲିଗଲା

24/06/2021 at 8:33 PM

ଆନନ୍ଦପୁର, ୨୫/୦୬: ରାଜଧାନୀ ପରେ ଏବେ ଆନନ୍ଦପୁର ଅଞ୍ଚଳରେ କୋଭିଡ୍‌ ଆକ୍ରାନ୍ତଙ୍କୁ ଅଧା ରାସ୍ତାରେ ଛାଡ଼ି ପାଳାଇଲା ଆମ୍ୱୁଲାନ୍ସ । ଜଣେ କୋଭିଡ୍ ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସାପରେ ଆଣି ଘରେ ଛାଡ଼ିବା ପରିବର୍ତ୍ତେ ଜଙ୍ଗଲ ମଝିରେ ଛାଡ଼ି ଚାଲିଯାଇଛି  ଅମ୍ବୁଲାନ୍ସର ମଦ୍ୟପ ଡ୍ରାଇଭର । ବ୍ୟକ୍ତି ଜଣକ ସଂକ୍ରମିତ ହୋଇ କେନ୍ଦୁଝର କେଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ସୁସ୍ଥ ହେବାପରେ ଆଜି ତାଙ୍କୁ ଡିସଚାର୍ଜ କରାଯାଇ ଏକ ଆମ୍ବୁଲାନ୍ସ ଯୋଗେ ଘରକୁ ପଠା ଯାଇଥିଲା । ହେଲେ ଡ୍ରାଇଭର ଜଣଙ୍କ ବାଟରେ ଆମ୍ବୁଲାନ୍ସ ଅଟକାଇ ମଦପିଇ ମାତାଲ ହେବାରୁ ରୋଗୀ ଜଣକ ୨୦ ନଂ ଜାତୀୟ ରାଜପଥର ଅଟେଇ ଜଙ୍ଗଲ ଅଧିନ କୁମୁଡ ଛକଠାରେ ଗାଡିରୁ ତଳକୁ ଓହ୍ଲାଇଥିଲେ ।

ତେବେ ମାତାଲ ଡ୍ରାଇଭର ତାଙ୍କୁ ସେଠାରେ ଛାଡି ଗାଡିଧରି ପୁଣିଥରେ ଫେରିଯାଇଥିଲା । ଦିର୍ଘ ସମୟ ଅପେକ୍ଷା ପରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ହସ୍ତକ୍ଷେପ ଫଳରେ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଅନ୍ୟ ଏକ ଆମ୍ବୁଲାନ୍ସ ଆସି ତାଙ୍କୁ ସେଠାରୁ ଘରକୁ ନେଇଥିଲା ।

   Related Posts