Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଞ୍ଜାବରେ ପୁଣି ଥରେ ଦେଖିବାକୁ ମିଳିଲା ପାକିସ୍ତାନୀ ଡ୍ରୋନ୍: ବିଏସ୍‌ଏଫ୍‌ ଯବାନ ଏବଂ ପୋଲିସ ସଜାଗ

ଫିରୋଜପୁର ୧୦।୧୦: ପଞ୍ଜାବର ଫିରୋଜପୁର ଅଞ୍ଚଳରେ ପୁଣି ଥରେ ପାକିସ୍ତାନୀ ଡ୍ରୋନ୍ ଦେଖିବାକୁ ମିଳିଛି। ଆଜି ସକାଳେ ଝୁଞ୍ଝାରା ହଜାରା ସିଂହ ୱାଲା ସୀମାବର୍ତ୍ତୀ ଗାଁର ନିକଟରେ ଦୁଇଟି ଡ୍ରୋନ୍ ଉଡୁଥିବା ଗ୍ରାମବାସୀ କହିଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଡ୍ରୋନ୍ ଦୁଇଟି ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । କିଛିଦିନ ମଧ୍ୟରେ ଅନେକ ଥର ପାକିସ୍ତାନୀ ଡ୍ରୋନ ଏହି ସୀମାରେ ଉଡୁଥିବା ଦେଖିବାକୁ ମିଳୁଛି ।

ଗତ ସୋମବାର ରାତିରେ ପଞ୍ଜାବର ହୁସୈନୀୱାଲା ସେକ୍ଟରର ଭାରତୀୟ ସୀମାରେ ୨ଟି ପାକିସ୍ତାନୀ ଡ୍ରୋନ୍ ପ୍ରବେଶ କରିଥିଲା । ଭୂମିଠାରୁ ୧ କିଲୋମିଟର ଉଚ୍ଚର ଡ୍ରୋନ୍ ୨ଟି ଉଡୁଥିଲା। କିଛି ସମୟ ପରେ ସେଗୁଡ଼ିକୁ ଫେରିଯାଇଥିଲା।

ପରେ ମଙ୍ଗଳବାର ମଧ୍ୟ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନ୍ ପ୍ରବେଶ କରିଥିବା ସୂଚନା ମିଳିଥିଲା। ପୁଣି ଆଜି ସକାଳେ ଉଡୁଥିବା ଡ୍ରୋନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିବା ପରେ ଘଟଣାସ୍ଥଳରେ ବିଏସଏଫ ଯବାନ ଏବଂ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି।

60 Views

   ସମ୍ବନ୍ଧିତ ଖବର