Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

‘ଡ୍ରୋନ ରାସ୍ତା କଡରେ ତିଆରି ହୁଏ ନାହିଁ, ଆକ୍ରମଣ ପଛରେ ପାକିସ୍ତାନ ଓ ଲସ୍କରର ପ୍ରଚ୍ଛନ୍ନ ହାତ ରହିଛି’

30/06/2021 at 4:30 PM

ନୂଆଦିଲ୍ଲୀ ୩୦।୦୬: ଗତ କିଛି ଦିନ ହେବ ଜମ୍ମୁ-କଶ୍ମୀରରେ କ୍ରମାଗତ ସନ୍ଦିଗ୍ଧ ଡ୍ରୋନ ଠାବ କରାଯାଉଛି। ରବିବାର ଜମ୍ମୁ ସ୍ଥିତ ବାୟୁସେନା ଘାଟିକୁ ଟାର୍ଗେଟ୍ କରି ଡ୍ରୋନ ମାଧ୍ୟମରେ ଆକ୍ରମଣ ଉଦ୍ୟମ ହୋଇଥିଲା। କ୍ରମାଗତ ଭାବେ ଏହି ଧରଣର ଡ୍ରୋନ ଆକ୍ରମଣର ଉଦ୍ୟମ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ଏପରିକି ଜମ୍ମୁରେ ଏହା ଭାରତୀୟ ସୈନିକଙ୍କ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଜମ୍ମୁ-କଶ୍ମୀର ବାୟୁସେନା ଘାଟିରେ ରବିବାର ଡ୍ରୋନ ମାଧ୍ୟମରେ ହୋଇଥିବା ଆକ୍ରମଣରେ  ବ୍ୟବହୃତ ବୈଷେୟିକ ଜ୍ଞାନ କୌଶଳରୁ ଜଣା ପଡିଛି ଯେ, ଏହା ଆତଙ୍କବାଦୀ ପ୍ରାୟୋଜିତ। ଏହା  ବ୍ୟତୀତ ପାକିସ୍ତାନ ସ୍ଥିତ ଆତଙ୍କୀ ସଂଗଠନ ଜୈସ ଇ ମହମ୍ମଦ ଓ ଲସ୍କର ଇ ତୋଇବାର ଏହି ଘଟଣା ପଛରେ ପ୍ରଚ୍ଛନ୍ନ ହାତ ରହିଥିବା ସଙ୍କେତ ମିଳିଛି। ବୁଧବାର ଏହା କହିଛନ୍ତି ଭାରତୀୟ ସେନାର ଲେଫ୍ଟନାଣ୍ଟ ଜେନେରାଲ ଡିପି ପାଣ୍ଡେ।

ସେ କହିଛନ୍ତି, ସେନା ଡ୍ରୋନ ନିରୋଧୀ ଗନ ସହ ଏହି ଧରଣର ଆକ୍ରମଣର ପ୍ରତିହତ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ। ଆମକୁ ଏହା ମଧ୍ୟ ଜଣା ଯେ, ଏହା ପଛରେ କେଉଁ ଦେଶର ହାତ ରହିଛି। ପାକିସ୍ତାର ନାମ ନେଇ ନଥିଲେ ମଧ୍ୟ ଜେନେରାଲ ଡିପି ପାଣ୍ଡେଙ୍କ ଇସାରା ପଡୋଶୀ ଆତଙ୍କୀ ଦେଶ ପାକିସ୍ତାନ ପ୍ରତି ହିଁ ଥିଲା। ୧୫ କପର୍ସ କମାଣ୍ଡ୍‌ର ଡିପି ପାଣ୍ଡେ ଏନଡିଟିଭି ସହ ଆଲୋଚନା ବେଳେ କହିଛନ୍ତି, ଏହି ଧରଣର ବିପଦର ମୁକାବିଲା ପାଇଁ ଅନେକ ବିକଳ୍ପ ଉପରେ  ବିଚାର ବିମର୍ଶ ଚାଲିଛି।

ଲେଫ୍ଟନାଣ୍ଟ ଜେନେରାଲ ପାଣ୍ଡେ କହିଛନ୍ତି, ଡ୍ରୋନ ମାଧ୍ୟମରେ ହେଉଥିବା ଆକ୍ରମଣରେ ଯେଉଁ ଧରଣର ଟେକନିକ୍ ବ୍ୟବହାର କରାଯାଉଛି, ତାହା ରାସ୍ତା କଡରେ ତିଆରି ହେଉନାହିଁ। ଏଥିରୁ ସଙ୍କେତ ମିଳୁଛି ଏହାକୁ ଷ୍ଟେଟ୍ ସପୋର୍ଟ ସିଷ୍ଟମରୁ ସାହାଯ୍ୟ ମିଳୁଛି। ଆତଙ୍କବାଦୀଙ୍କୁ ଏହି ଧରଣର  ଡ୍ରୋନ ତିଆରି ପାଇଁ  ବୈଷେୟିକ ଜ୍ଞାନ କୌଶଳ ଯୋଗାଇ ଦିଆଯାଉଛି। ହେଲେ ଏହି ଘଟଣାକୁ ନେଇ ଜାରି ତଦନ୍ତ  ବିଷୟରେ ବିସ୍ତୃତ ସୂଚନା ଦେବାକକୁ ସେ ମନା କରି ଦେଇଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ମିଳିଥିବା ସୂଚନାରୁ ଏହା ସ୍ପଷ୍ଟ ହୋଇଛି ଯେ, ଡ୍ରୋନ ଆକ୍ରମଣ ପାଇଁ ପଡୋଶୀ ଦେଶର ସମର୍ଥନ ମିଳୁଛି।

   Related Posts