ଜାମ୍ମୁ ଏୟାର୍‌ଫୋର୍ସ ଷ୍ଟେସନ୍‌ ପାଖାପାଖି ପୁଣି ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍‌, ୧୮ଦିନ ଭିତରେ ଉଡ଼ିଲାଣି ୭ଥର

Published By : Prameya-News7 Bureau | July 15, 2021 IST

ଶ୍ରୀନଗର, ୧୫/୦୭: ଜାମ୍ମୁ ଏୟାର୍‌ଫୋର୍ସ ଷ୍ଟେସନ୍‌ ଉପରେ ଡ୍ରୋନ୍‌ ଆକ୍ରମଣକୁ ଏକ ମାସ ମଧ୍ୟ ପୂରଣ ହୋଇନାହିଁ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜାମ୍ମୁ ଓ କାଶ୍ମୀରରେ ୭ ଥର ସନ୍ଦିଗ୍ଧ ଡ୍ରୋନ୍‌ ଉଡ଼ୁଥିବା ଦେଖିବାକୁ ମିଳିଲାଣି । ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ମୁତାବକ, ବୁଧବାର ରାତିରେ ପୁଣି ଥରେ ଏଠାରେ ଡ୍ରୋନ୍‌ ଦେଖିବାକୁ ମିଳିଛି ।

ପ୍ରଥମ କରି ୨୭ ଜୁନ୍‌ରେ ଷ୍ଟେସନ୍‌ ଉପରେ ଆକ୍ରମଣ ହୋଇଥିଲା । ୧୮ଦିନ ପରେ ୭ଥର ପାଇଁ ପୁଣି ଡ୍ରୋନ୍‌ ଦେଖିବାକୁ ମିଳିଛି । ଏହା ପୂର୍ବରୁ ମଙ୍ଗଳବାର ରାତିରେ ଜାମ୍ମୁର ଅନ୍ତରାଷ୍ଟ୍ରୀୟ ସୀମା ପାଖାପାଖି ଡ୍ରୋନ୍‌ ଉଡ଼ୁଥିବା ଦେଖିବାକୁ ପାଇଥିଲେ ବିଏସ୍‌ଏଫ୍‌ ଯବାନ । ଯାହାକୁ ଯବାନ ଫାୟାରିଂ କରି ତଳକୁ ଖସାଇବାକୁ ଚେଷ୍ଟା କରିଥିବା ବେଳେ ଏହା ପାକିସ୍ତାନ ଆଡ଼କୁ ଚାଲିଯାଇଥିଲା । ବିଏସ୍‌ଏଫ୍‌ ବୟାନ ଜାରି କରି କହିଥିଲା ଯେ, ଏହି ଡ୍ରୋନ୍‌ ଜାମ୍ମୁ-କାଶ୍ମୀରର ଆରନିଆ ସେକ୍ଟରରେ ଦେଖା ଦେଇଥିଲା ।

wp:html /wp:html

କହିରଖୁଛି କି, ଗତମାସ ୨୭ ତାରିଖରେ ପାକିସ୍ତାନୀ ଆତଙ୍କୀ ସଂଗଠନ ଜାମ୍ମୁ ଏୟାର୍‌ ଫୋର୍ସ ଷ୍ଟେସନ୍‌ ଉପରେ ଦୁଇଟି ଡ୍ରୋନ୍‌ ସାହାଯ୍ୟରେ ଆକ୍ରମଣ ହୋଇଥିଲା । ଏହା ସେତେ ପ୍ରଭାବୀ ନଥିଲେ ମଧ୍ୟ ଏଥିରେ ଦୁଇଜଣ ଯବାନ ସାମାନ୍ୟ ଆହାତ ହୋଇଥିଲେ । ଏହା ଭାରତରେ ପ୍ରଥମ ଡ୍ରୋନ୍‌ ଆକ୍ରମଣ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.