Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଡ୍ରୋନ୍ ସାହାଯ୍ୟରେ ହେବ ଟିକା ପରିବହନ ! ପରୀକ୍ଷା ପାଇଁ ଆଇସିଏମଆରକୁ ଅନୁମତି

22/04/2021 at 9:55 PM

ନୂଆଦିଲ୍ଲୀ ୨୨/୪: କରୋନା ମହାମାରୀ ସମୟରେ ଭ୍ୟାକସିନ୍‌ ସପ୍ଲାଇ ପାଇଁ ଅସୁବିଧା ହେଉଛି। ପରିବହନରେ ସମସ୍ୟାକୁ ଦେଖି ସରକାର ଏବେ ବିକଳ୍ପ ଚିନ୍ତା କରୁଛନ୍ତି। ଏହାରି ଭିତରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏକ ପରମର୍ଶ ଦେଇଛି। ଡ୍ରୋନ୍‌ ସାହାଯ୍ୟରେ ଟିକା ପରିବହନ କରିବାକୁ ମନ୍ତ୍ରାଳୟ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।

ଟିକା ପରିବହନ ପାଇଁ ଡ୍ରୋନ୍‌କୁ ବ୍ୟବହାର କରିବାକୁ ନେଇ ଅଧ୍ୟୟନ କରିବାକୁ ଆଇସିଏମଆର୍‌କୁ ମନ୍ତ୍ରାଳୟ ଅନୁମତି ଦେଇଛି। ମିଳିଥିବା ସୂଚନା ଅନୁସାରେ, ଆଇସିଏମଆର ଆଇଆଇଟି କାନପୁର ସହ ମିଶି ଡ୍ରୋନ୍‌ ବ୍ୟବହାର ଉପରେ ପରୀକ୍ଷା କରିବ।

ତେବେ ଏନେଇ ଆସିଏମଆର ପାଇଁ ମାନବ ରହିତ ବିମାନ ପ୍ରଣାଳୀ ନିୟମ-୨୦୨୧ରେ ଥିବା ସର୍ତ୍ତକୁ ବାଦ ଦେବାକୁ ମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରିଛି। ଏହି ନିୟମ ଆଗାମୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ଜଣାପଡ଼ିଛି।

   Related Posts