Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ନେପାଳ ସୀମାରୁ ଜବତ ହେଲା ୮ ଡ୍ରୋନ୍, ୩ ଜଣଙ୍କୁ ଗିରଫ କଲା ଏସଏସବି

29/06/2021 at 2:31 PM

ପାଟନା,୨୯/୦୬:  ଜମ୍ମୁରେ ଏୟାରବେସ୍ ଉପରେ ହୋଇଥିବା ଆକ୍ରମଣ ପରେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ଏହା ମଧ୍ୟରେ ବିହାର ପୋଲିସ ସୀମାବର୍ତ୍ତୀ ଅଞ୍ଚଳରେ ଯାଞ୍ଚକୁ କଡାକଡି କରିଛି । ସୋମବାର ସନ୍ଧ୍ୟାରେ ଭାରତ-ନେପାଳ ସୀମାରୁ ଆଠଟି ଡ୍ରୋନ୍ ଜବତ କରିଛି ପୋଲିସ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ସଶସ୍ତ୍ର ସୀମା ବଳର ଯବାନମାନେ ସୋମବାର ବିହାରର ଚମ୍ପାରଣ ଜିଲ୍ଲାରେ ନେପାଳ ସୀମାରୁ ୮ଟି ଡ୍ରୋନ୍ ଜବତ କରିଛନ୍ତି । ଏହାସହ ଡ୍ରୋନ୍ ନେଇ ଯାଉଥିବା ୩ଜଣଙ୍କୁ ଗିରଫ କରାଯାଇଛି । ଏହି ସମସ୍ତ ବ୍ୟକ୍ତି ଡ୍ରୋନ୍ ଓ କ୍ୟାମେରାକୁ ଏକ ଡବାରେ ଭର୍ତ୍ତି କରୁଥିଲେ । ଗିରଫ ଯୁବକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

ଗିରଫ ଯୁବକଙ୍କୁ ସୁରକ୍ଷା ବାହିନୀ କୁଣ୍ଡବା ଚେନପୁର ପୋଲିସ ଷ୍ଟେସନକୁ ଆଣିଛନ୍ତି । ତେବେ ସେମାନେ ଡ୍ରୋନକୁ କଣ ପାଇଁ ବ୍ୟବହାର କରୁଥିଲେ ତାହା ସ୍ପଷ୍ଟ ହୋଇପାରି ନାହିଁ । ଗତ କିଛି ଦିନ ହେବ ଦେଶରେ ଭିଡିଓ ସୁଟିଂ ପାଇଁ ଡ୍ରୋନର ବ୍ୟବହାର ବଢିଛି । ଏହି କାରଣରୁ ସେମାନେ ଡ୍ରୋନ ବ୍ୟବହାର କରୁଥିବା ଆଶଙ୍କା କରାଯାଉଛି । ତେବେ ଏହି ନୂଆ ପ୍ରଯୁକ୍ତିବିଦ୍ୟା ଏବେ ମୁଣ୍ଡ ବ୍ୟଥା ସାବ୍ୟସ୍ତ ହେଲାଣି ।

   Related Posts