ଦିଲ୍ଲୀ ଆକାଶରେ ମହାତ୍ମା ଗାନ୍ଧୀଙ୍କ ପ୍ରତିଛବି, ଲୋକଙ୍କ ମନ ମୋହିଲା ଡ୍ରୋନ ପ୍ରଦର୍ଶନୀ

Published By : Prameya-News7 Bureau | January 26, 2022 IST

ନୂଆଦିଲ୍ଲୀ,୨୬/୦୧: ଗଣତନ୍ତ୍ର ଦିବସରେ ବିଜୟ ଚୌକରୁ ପ୍ରଥମ ଥର ଦେଶ ଦେଖିଲା ଡ୍ରୋନ ସାହାଯ୍ୟରେ ସ୍ୱତନ୍ତ୍ର ପ୍ରଦର୍ଶନ । ଲୋକଙ୍କ ମନ ମୋହି ନେଲା ଡ୍ରୋନ ଫର୍ମେସନ (Drone formations)। ଆକାଶରେ ଡ୍ରୋନ ଜରିଆରେ ପ୍ରଥମେ ଦେଶର ମାନଚିତ୍ର କରାଯାଇଥିଲା । ପରେ ମହାତ୍ମା ଗାନ୍ଧୀଙ୍କ ପ୍ରତିଛବି ପ୍ରଦର୍ଶିତ କରାଯାଇଥିଲା । ରାଷ୍ଟ୍ରପତି ଭବନ ସବୁଠୁ ଉଚ୍ଚ ଗମ୍ୱୁଜ ଉପରେ ଏହି ଡ୍ରୋନ ଫର୍ମେସନ (Drone formations) ଦେଖିବାକୁ ମିଳିଥିଲା ।  

ଡ୍ରୋନ ଫର୍ମେସନ(Drone formations) ସମୟରେ ମହାତ୍ମା ଗାନ୍ଧୀଙ୍କ ଛବି ସହ ପଛରେ ତାଙ୍କ ବବାଦରେ ସୂଚନା ଦିଆଯାଇଥିଲା । ଏଥିରେ ଆଲବର୍ଟ ଆଇନଷ୍ଟାଇନଙ୍କ ବାକ୍ୟ, ‘ଭବିଷ୍ୟତର ପିଢି ଏହି କଥାକୁ ବିଶ୍ୱାସ କରିପାରିବ ନାହିଁ ଯେ, ହାଡ଼ ମାଂସରେ ଗଢା ଜଣେ ମଣିଷ କେବେ ଏହି ପୃଥିବୀକୁ ଆସିଥିଲେ’ । ଡ୍ରୋନ ଫର୍ମେସନ ସମୟରେ ମହାତ୍ମା ଗାନ୍ଧୀଙ୍କ ସତ୍ୟ ଏବଂ ଅହିଂସାର ସନ୍ଦେହକୁ ବି ପ୍ରଦର୍ଶିତ କରାଯାଇଥିଲା ।

wp:html /wp:html

ସୂଚନାଯୋଗ୍ୟ, ଡ୍ରୋନ ଫର୍ମେସନ(Drone formations)କୁ ନେଇ ଅଭ୍ୟାସ କରାଯାଇଛି । ଗଣତନ୍ତ୍ର ଦିବସ ସମାରୋହର ଶେଷ ଦିନ ଜାନୁଆରୀ ୨୯ରେ ବିଟିଂ ଦି ରିଟ୍ରିଟ୍ ଅବସରରେ ୧୦୦୦ ଡ୍ରୋନକୁ ଭିନ୍ନ ଭିନ୍ନ ପ୍ରଦର୍ଶନୀ କରାଯିବ । ଏହାସହ ଲେଜର ସୋ’ର ଆୟୋଜନ କରାଯିବ । ଋଷ, ଚୀନ ଏବଂ ବ୍ରିଟେନ ପରେ ଚତୁର୍ଥ ଦେଶ ଭାବେ ଭାରତ ଏତେ ବଡ଼ ଡ୍ରୋନ ଫର୍ମେସନର ଆୟୋଜନ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.