Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କୋଣାର୍କ ମନ୍ଦିର ଉପରେ ଉଡିଲା ଡ୍ରୋନ୍‌, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

13/04/2021 at 11:08 AM

କୋଣାର୍କ ୧୩।୦୪: ଏ କେମିତି ସୁରକ୍ଷା ବ୍ୟବସ୍ଥା । ସୁରକ୍ଷକର୍ମୀ ଥାଇ ବି ମନ୍ଦିର ଉପରେ ବୁଲିଲା ଡ୍ରୋନ୍‌ । ଯାହାକି ମନ୍ଦିରର ସୁରକ୍ଷା ବ୍ୟବସ୍ଥା ପ୍ରତି ଆଙ୍ଗୁଠି ଉଠାଇଛି । କୋଣାର୍କରେ ମନ୍ଦିର ଉପରେ ବିନା ଅନୁମତିରେ ଜଣେ କିପରି ଡ୍ରୋନ୍‌ ଉଡାଇଲା । ତାକୁ ନେଇ ଚାଲିଛି ତନାଘନା ।  

ଖବର ଅନୁଯାୟୀ, କୋଣାର୍କ ସୁର୍ଯ୍ୟ ମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ପାଇଁ ASI ଦୀର୍ଘ ବର୍ଷ ନେଲା ନିଜ ଅଧୀନକୁ ନେଇଛି । ତେବେ ASI ଅବହେଳା  ଏବେ ବ୍ଲାକ ପାଗୋଡ଼ାକୁ ବିପଦରେ ପକାଇଛି । ମଙ୍ଗଳବାର ଦିନ ସକାଳ ସମୟରେ ସୂର୍ଯ୍ୟ ମନ୍ଦିରରେ କିଛି ପର୍ଯ୍ୟଟକ ସୁରକ୍ଷା ବ୍ୟବସ୍ଥାର ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି । ମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ସହ ଚିତ୍ର ଉତ୍ତୋଳନ କରିଥିବାର ଦେଖିବାକୁ ମିଳିଛି ।

ମନ୍ଦିରର ସୁରକ୍ଷା ପାଇଁ ASI ଅଧିକାରୀ ଓ SIS ସି କ୍ୟୁରିଟି ମାନେ ଉପସ୍ଥିତ ଥିବା ବେଳେ କିଭଳି ଜଣେ ପର୍ଯ୍ୟଟକ ଡ୍ରୋନ ଉଡାଇଲେ ତାକୁ ନେଇ ପ୍ରଶ୍ନ ଉଠିଛି ।  ସୁର୍ଯ୍ୟ ମନ୍ଦିର ବୁଲିବାକୁ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । କିଛି ସମୟରେ ଭିଆଇପି ମଧ୍ୟ ଆସିଥାନ୍ତି । ଯଦି ଏପରି ସାମନ୍ୟ. ଅବହେଳା ଲାଗି କିଛି ଅଘଟଣ ଘଟିଯାଏ ।  ତେବେ ଏଥିପାଇଁ  ଦାୟୀ ରହିବ କିଏ । ତାହା ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।

   Related Posts