କଟକ ସହରରେ ଉଡ଼ିଲା ଡ୍ରୋନ କ୍ୟାମେରା

Published By : Prameya-News7 Bureau | May 22, 2020 IST

କଟକ୨୨/୫: କଟକ ସହରରେ ଉଡିଲା ଡ୍ରୋନ କ୍ୟାମେରା। କଟକ ସଦର ଥାନା ପକ୍ଷରୁ ଶୁକ୍ରବାର ଡ୍ରୋନ କ୍ୟାମେରା ମାଧ୍ୟମରେ ​‌ପାଟ୍ରୋଲିଂ ଆରମ୍ଭ ହୋଇଛି। ଆକାଶ ମାର୍ଗରୁ  କଟକର ବିଭିନ୍ନ ଅଞ୍ଚଳ ଉପରେ ତୀକ୍ଷ୍ମଣ ନଜର ରଖିବା ଲାଗି ଡ୍ରୋନ କ୍ୟାମେରାର ବ୍ୟବସ୍ଥା କରାଯାଇଛି। କଟକ ସଦର ଥାନାର ଆଇଆଇସି ସୁଧାଂଶୁ ଭୂଷଣ ଜେନା କହିଛନ୍ତି ଯେ, ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା କରାଯାଇଛି।

{"id":274363,"sizeSlug":"large"}

ଏହସହ ଥାନା ଅଞ୍ଚଳରେ କିଛି ଜନଗହଳି ସ୍ଥାନମାନଙ୍କରେ ସାମାଜିକ ଦୂରତା ନିୟମକୁ ଉଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ ଡ୍ରୋନ କ୍ୟାମେରା ନଜର ରଖିବ। ଯେଉଁମାନେ ମାସ୍କ ବ୍ୟବହାର କରୁ ନାହାନ୍ତି ସେମାନଙ୍କ ଉପରେ ଡ୍ରୋନ କ୍ୟାମେରା ତୀକ୍ଷ୍ମଣ ନଜର ରଖିବ​‌ ବୋଲି କଟକ ସଦର ଥାନା ଅଧିକାରୀ କହିଛନ୍ତି। ଏହା ସାମାଜିକ ଦୂରତା, ମାସ୍କ ବ୍ୟବହାର  କରୁ ନଥିବା ବ୍ୟକ୍ତି ଏବଂ ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.