Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ କ୍ୟାମେରା

26/12/2018 at 11:12 AM

ପୁରୀ ୨୬|୧୨: ପୁଣି ଶ୍ରୀମନ୍ଦିରରେ ଉପରେ ଉଡିଲା ଡ୍ରୋନ୍ କ୍ୟାମେରା । ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ନିକଟରେ ଉଡିଲା ଡ୍ରୋନ୍ କ୍ୟାମେରା । ଆଜି ସକାଳୁ ଡ୍ରୋନ୍ କ୍ୟାମେରା ଉଡୁଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଡ୍ରୋନ୍ କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଉଡାଉ ଥିଲା ତାର ତଦନ୍ତ କରୁଛି ପୋଲିସ । ସିଂହଦ୍ବାର ଥାନା ପାଲିସ ଏନେଇ ତଦନ୍ତ କରୁଛି । ତେବେ ଦୁଇ ଜଣ ଡ୍ରୋନ୍ ଉଡାଉଥିଲେ ବୋଲି ପୋଲିସ କହିଛି । ହରଚଣ୍ଡୀ ସାହି ଏବଂ ବାଲିସାହି ଉପରେ ମଧ୍ୟ ଉଡାଉଥିଲେ । ତେବେ ବାରମ୍ବାର ଏଭଳି ଶ୍ରୀମନ୍ଦିର ଉପରେ ଡ୍ରୋନ୍ କ୍ୟାମେରା ଉଡୁଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଚତଃପାର୍ଶ୍ବରେ ସୁରକ୍ଷାକର୍ମୀ ଥିବାବେଳେ କାହାର ଏଥିପ୍ରତି ନିଘା ରହୁନାହିଁ । ତେବେ ଡ୍ରୋନ୍ ଉଡାଉଥିବା ସନ୍ଦେହରେ ଅଟକ ରଖାଯାଉଛି ପୁଣି ଛାଡିଦିଆଯାଉଛି । ତେବେ ପରବର୍ତ୍ତୀ ମୂହୁର୍ତ୍ତରେ ମଧ୍ୟ ଏଭଳି ଘଟଣା ଘଟୁଛି । ତେବେ ଏହା ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

   Related Posts