ଭେନେଜୁଏଲା ରାଷ୍ଟ୍ରପତିଙ୍କ ଉପରେ ଡ୍ରୋନ୍ ଆକ୍ରମଣ

Published By : Prameya-News7 Bureau | August 05, 2018 IST

ଭେନେଜୁଏଲା ରାଷ୍ଟ୍ରପତିଙ୍କ ଉପରେ ଡ୍ରୋନ୍ ଆକ୍ରମଣ, ଅଳ୍ପକେ ବର୍ତ୍ତିଗଲେ ରାଷ୍ଟ୍ରପତି ନିକୋଲସ୍ ମାଦୁରୋ । ସେ ‘ଆର୍ମି ଡେ’ରେ ସୈନିକଙ୍କୁ ସମ୍ବୋଧନ କରୁଥିବା ବେଳେ ଏକ ବିସ୍ଫୋରକ ବହନକାରୀ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିଲା । ତେବେ ନିକୋଲସ୍ ଏଥିରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । କିନ୍ତୁ ଏଥିରେ ୭ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଜୀବନରୁ ମାରିଦେବାକୁ ପଡ଼ୋଶୀ କଲମ୍ବିଆ ଓ ଆମେରିକାରେ ଥିବା କିଛି ଲୋକ ଷଡ଼ଯନ୍ତ୍ର କରିଥିବା ସେ କହିଛନ୍ତି । ତେବେ ଏହି ଆକ୍ରମଣ ପାଇଁ ଏକ ବିଦ୍ରୋହୀ ଗୋଷ୍ଠୀ ନିଜକୁ ଦାୟୀ କରିଛି । ଏହି ଗୋଷ୍ଠୀରେ ଭେନେଜୁଏଲାର କିଛି ନାଗରିକଙ୍କ ସହିତ ସେନାର କିଛି ଯବାନ ବି ସାମିଲ ଥିବା ଜଣାପଡ଼ିଛି । ଏହି ଗୋଷ୍ଠୀ ତରଫରୁ ମିଡିଆରେ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଏଭଳି ସରକାରଙ୍କୁ କ୍ଷମତାରେ ରଖିବା ଅର୍ଥ ସେନାକୁ ଅସମ୍ମାନ କରିବା । ଏ ସରକାର ସମ୍ବିଧାନକୁ ଭୁଲି ଯାଇଛି ଓ ସରକାରୀ ବିଭାଗଗୁଡ଼ିକୁ କେବଳ ଅର୍ଥ ଉପାର୍ଜନର ମାଧ୍ୟମ କରିଛି । ଟେଲିଭିଜନ୍ ରେ ‘ଆର୍ମି ଡେ’ରେ ନିକୋଲାସ୍ ଙ୍କ ଭାଷଣର ସିଧା ପ୍ରସାରଣ ହେଉଥିଲା । ତେଣୁ ଆକ୍ରମଣର ସମୟର ସମସ୍ତ ଘଟଣା କ୍ୟାମେରାରେ କଏଦ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.